ଜଳଚର ଜମି, ଗୋଚର ଜମି ଏବଂ ଜଙ୍ଗଲ ଜମି ଜବର ଦଖଲ ନ ହେଉ

ତୁରେକେଲା, (କୈଳାଶ ସଗ୍ରିଆ) : ତୁରେକେଲା ବ୍ଲକ ଅନ୍ତର୍ଗତ ପ୍ରତ୍ୟେକ ପଞ୍ଚାୟତ, ପ୍ରତ୍ୟେକ ଗ୍ରାମର ଜଳଚର ଜମି, ଗୋଚର ଜମି ଏବଂ ଜଙ୍ଗଲ ଜମି ଜବର୍‌ ଦଖଲ ହେଉଥିବାରୁ ଅନେକ ଅସୁବିଧା ଉପୁଜୁଥିବା ଜଣାପଡିଛି । ଜଳଚର ଜମି ଜବର ଦଖଲ ହେଉଥିବାରୁ ଅନେକ ଗାଁ ଗୁଡିକରେ ବନ୍ଧ କିମ୍ବା ପୋଖରୀ ଗୁଡିକ ଛୋଟିଆ ହୋଇଯାଉଛି ଦିନକୁ ଦିନ। ଜନସାଧାରଣଙ୍କ ଗାଧୋଇବା ପାଇଁ ପାଣି ମୁନ୍ଦେ ମିଳି ପାରୁନାହିିଁ । ସେହିପରି ଗୋଚର ଜମିକୁ ଜବରଦଖଲ କରିଥିବା ହେତୁ ତଥା ଜଙ୍ଗଲ ଜମି ଜବର ଦଖଲ ହେଉଥିବାରୁ ଜଙ୍ଗଲ କ୍ଷୟ ହେବାରେ ଲାଗିଛି । ଏହାକୁ ନେଇ ‌ସ୍ଥାନୀୟ ବୁ‌ଦ୍ଧିଜୀବୀ ମହଲରେ ଅସନ୍ତୋଷ ସୃଷ୍ଟି ହେଉଛି । ତେବେ ଏଥିପ୍ରତି ପ୍ରଶାସନ ଦୃ‌ଷ୍ଟି ଦେବାକୁ ଦାବୀ ହେଉଛି ।

Leave A Reply

Your email address will not be published.