ବିଜେପି ପକ୍ଷରୁ ରାସ୍ତାରୋକ ଆନ୍ଦୋଳନ

ବଙ୍ଗୋମୁଣ୍ଡା, (ଅର୍ଜୁନ କୁମାର ହଂସ) : ବଙ୍ଗୋମୁଣ୍ଡା ମଣ୍ଡଳ ବିଜେପି ପକ୍ଷରୁ ସ୍ଥାନୀୟ ଆମ୍ବେଦକର ଛକ ନିକଟରେ ଚାଷୀଙ୍କ ଅଧିକାର ପାଇଁ ରାସ୍ତାରୋକ ଆନ୍ଦୋଳନ କରାଯାଇଥିଲା । ଶନିବାର ଦିନ ୧୦ ଟାରୁ ଅପରାହ୍ନ ୧ ଟା ପର୍ଯ୍ୟନ୍ତ ଆନ୍ଦୋଳନ ଯୋଗୁଁ ରାସ୍ତାର ଉଭୟ ପାଶ୍ୱର୍ରେ ଶତାଧିକ ଯାନବାହାନ ଅଟକି ରହିଥିଲା । ଚାଷୀଙ୍କ ଦ୍ୱାରା ଉତ୍ପାଦିତ ସମସ୍ତ ଧାନ ରାଜ୍ୟ ସରକାର କିଣନ୍ତୁ, କଟନୀ ଛଟନୀ ବନ୍ଦ କରାଯାଉ, ଟୋକନ ବ୍ୟବସ୍ଥା ବନ୍ଦ କରାଯାଉ, ଡିଏଲପିସି ମାଧ୍ୟମରେ ଲକ୍ଷ୍ୟ ଧାର୍ଯ୍ୟ କର, ନିରସ୍ତ ହୋଇଯାଇଥିବା ଟୋକନକୁ ପୁନଃ କାର୍ଯ୍ୟକ୍ଷମ କରଯାଉ, ମଣ୍ଡିରେ ପଡିଥିବା ସମସ୍ତ ଧାନ ତୁରନ୍ତ ଉଠାଯାଉ, ସମସ୍ତ ଚାଷୀଙ୍କ ନାମ କୃଷକ ସମ୍ମାନ ନିଧି ପାଇବା ପାଇଁ ସୂଚୀକୁ କେନ୍ଦ୍ରକୁ ପଠାଯାଉ ଆଦି ଦାବୀ ବିଜେପି ପକ୍ଷରୁ କରାଯାଇଥିଲା । ଜିଲା ବିଜେପି ସଭାପତି ଶିବାଜୀ ମହାନ୍ତି, ବଙ୍ଗୋମୁଣ୍ଡା ବିଜେପି ମଣ୍ଡଳ ସଭାପତି ରାଜ୍ୟ କାର୍ଯ୍ୟକାରୀ ସଦସ୍ୟ ଲକ୍ଷ୍ମଣ ବାଗ, କ୍ଷୀରସିନ୍ଧୁ ବଚ୍ଛା, ସାଂସଦ ପ୍ରତିନିଧି ଅର୍ଜୁନ ଯାଦବ, ବିଏଲଏସି ପ୍ରତିନିଧି ଥବିର ଚନ୍ଦ୍ର ବାଗ, ନରସିଂହ ଥନାପତି, ଯୁବ ମୋର୍ଚ୍ଚା ସଭାପତି କୁଶଧ୍ୱଜ ବେହେରା, ମଣ୍ଡଳ କୃଷକ ମୋର୍ଚ୍ଚା ସଭାପତି ପବିତ୍ର ପୋଢ, ତ୍ରିବିକ୍ରମ ବଚ୍ଛା, ନନ୍ଦ କୁମାର ମେହେର, ଧବଲେଶ୍ୱର ସାହୁ, ଗୁପ୍ତେଶ୍ୱର ସାହୁ, ଗଙ୍ଗାଧର ପୁଟେଲ, ନେପୁର ହଂସ, ନିଲାଞ୍ଚଳ ବଚ୍ଛାଙ୍କ ସହ ଶତାଧିକ ବିଜେପି କର୍ମୀ ସାମିଲ ହୋଇଥିଲେ ।

Leave A Reply

Your email address will not be published.