ଆସନ୍ତାକାଲି ୬ ଘଣ୍ଟିଆ ଓଡ଼ିଶା ବନ୍ଦ : କଂଗ୍ରେସର ଡାକରା

ଭୁବନେଶ୍ୱର, (ସୁଶାନ୍ତ ସାହୁ) : ଆସନ୍ତାକାଲି ୬ ଘଣ୍ଟିଆ ଓଡ଼ିଶା ବନ୍ଦ ଡାକରା ଦେଇଛି କଂଗ୍ରେସ । ସକାଳ ୭ଟାରୁ ଦିନ ଗୋଟାଏ ଯାଏ ଅର୍ଥାତ ୬ ଘଣ୍ଟା ଯାଏ ବନ୍ଦ ଡାକରା ଦେଇଛି କଂଗ୍ରେସ ଦଳ । ଏହି ବନ୍ଦକୁ ଶାନ୍ତିପୂର୍ଣ୍ଣ କରିବା ପାଇଁ ଅନୁରୋଧ କରିଛନ୍ତି ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ । ବିବାହ ପାଇଁ ଯାଉଥିବା ବରଯାତ୍ରୀ ଗାଡ଼ିକୁ ବନ୍ଦ ଡାକରାରୁ ବାଦ୍ ଦିଆଯିବ ବୋଲି ସୂଚନା ଦିଆଯାଇଛି । ସାଧାରଣଲୋକଙ୍କୁ ଯେପରି ଅସୁବିଧା ହେବନି ତା’ଉପରେ ବିଶେଷ ଧ୍ୟାନ ଦିଆଯିବ ବୋଲି କୁହାଯାଇଛି । ପେଟ୍ରୋଲ ଓ ଡିଜେଲ୍, ଏଲପିଜି ଗ୍ୟାସର ଦର ବୃଦ୍ଧି, ବେକାରୀ ସମସ୍ୟା, ରାଜ୍ୟରେ ନାରୀ ଓ ଶିଶୁ ନିର୍ୟାତନା, ବିଗିଡ଼ିଥିବା ଆଇନ ଶୃଙ୍ଖଳା ପରିସ୍ଥିତି ଭଳି ଏକାଧିକ ପ୍ରସଙ୍ଗ ନେଇ ଓଡ଼ିଶା ବନ୍ଦ ଡାକରା ଦେଇଛି କଂଗ୍ରେସ । ଆମ୍ବୁଲାନ୍ସ, ଜରୁରୀ ସେବାରେ ନିୟୋଜିତ ଥିବା ଯାନବାହାନ, ଔଷଧ ଦୋକାନ, ଅତିଆବଶ୍ୟକ ସେବାରେ ଥିବା ଗାଡ଼ିକୁ ଏଥିରୁ ବାଦ୍ ଦିଆଯିବ ବୋଲି ସୂଚନାରେ କୁହାଯାଇଛି ।

Leave A Reply

Your email address will not be published.