ଭତ୍ତାରୁ ବଞ୍ଚିତ ଅସହାୟ ବିଧବା ତପିସା ସାହୁ

ପଦ୍ମପୁର, (ନିରୋଜ କୁମାର ପାଣୀ) : ବରଗଡ ଜିଲ୍ଲା ପଦ୍ମପୁର ଉପଖଣ୍ତ ପାଇକମାଳ ବ୍ଲକ ସରେଇକେଲା ଗ୍ରାମ ପଞ୍ଚାୟତ ସରେଇକେଲା ଗ୍ରାମର ଅସହାୟ ବିଧବା ତପିସା ସାହୁ ବୟସ ପାଖାପାଖି ୬୦ ବର୍ଷ ହେଲାଣି । ତପିସା ସାହୁଙ୍କ ସ୍ୱାମୀଙ୍କ ମୃତ୍ୟୁ ପରେ ସମ୍ପୂର୍ଣ୍ଣ ଅସହାୟ ଅବସ୍ଥାରେ ରହୁଛନ୍ତି । ତିନି ସନ୍ତାନଙ୍କୁ ନେଇ ଚଲିବା କଷ୍ଟକର ହୋଇ ପଡିଛି । ପୂର୍ବରୁ ବିଧବା ଭତ୍ତା ପାଇଁ ଆବେଦନ କରିଥିଲେ ହେଲେ ପ୍ରଶାସନିକ ଉଦାସୀନତା ଯୋଗୁ ଆଜିଯାଏଁ ତାଙ୍କୁ ବିଧବା ଭତ୍ତା ମିଳିପାରିନାହିଁ । ବର୍ତ୍ତମାନ ବୟସ ୬୦ ଛୁଇଁଲାଣି ବିଭାଗୀୟ କର୍ତ୍ତୃପକ୍ଷ ତୁରନ୍ତ ଦୃଷ୍ଟି ଦେଇ ବିଧବା ତପିସାଙ୍କୁ ତୁରନ୍ତ ସରକାରଙ୍କ ଯୋଜନାରେ ସାମିଲ କରି ଭତ୍ତା ପ୍ରଦାନ କରିବାକୁ ଗ୍ରାମବାସୀ ଦାବୀ କରିଛନ୍ତି ।

Leave A Reply

Your email address will not be published.