
ବଙ୍ଗୋମୁଣ୍ଡା, (କେପିଏନ୍ଏସ୍) : ବଲାଙ୍ଗିର ଜିଲ୍ଲା ମୁରିବାହାଲ ବ୍ଲକ ଅନ୍ତର୍ଗତ ଡଙ୍ଗରପଡା କୋକଡୁଙ୍ଗୁରି ଠାରେ ଉତ୍କଳ କନ୍ଧ ସମାଜ ବୁଡୁକା ପ୍ରଗଣା ବଙ୍ଗୋମୁଣ୍ଡାର ଅସ୍ଥାୟୀ ସଭାପତି ଲଳିତ ଯାନୀଙ୍କ ଆହ୍ୱାନ କ୍ରମେ ପୂର୍ବତନ କନ୍ଧ ସମାଜ ବୁଡୁକା ପ୍ରଗଣାର ସମ୍ପାଦକ ତଥା ଯୁବ ସାମ୍ବାଦିକ ଅଶୋକ ନାରାୟଣ ଭୋଇଙ୍କ ଶ୍ରଦ୍ଧାଞ୍ଜଳି ଶୋକସଭା ଅନୁଷ୍ଠିତ ହୋଇଯାଇଛି । ସର୍ବ ପ୍ରଥମେ ତାଙ୍କ ଫଟୋ ଚିତ୍ରରେ ପୁଷ୍ପମାଲ୍ୟ ଦୀପ ପ୍ରଜ୍ୱଳନ କରି ସ୍ୱର୍ଗତ ଭୋଇଙ୍କ ଅମର ଆତ୍ମାର ଡ଼ୁମା ପିଦର କୋଣରେ ସ୍ଥାନ ପାଇବା ପ୍ରାର୍ଥନା କରାଯାଇଥିଲା । ଜଣେ ନିଷ୍କପଟ, ନିର୍ଭିକ ଦାମ୍ଭିକ ସଂଗେ ସଂଗେ ମାନବ ସମାଜର ଶୋଷିତ ପୀଡିତ ସ୍ୱର ହୋଇ ଆଦିବାସୀ ମାନଙ୍କର ସ୍ୱାର୍ଥ ପାଇଁ ସ୍ୱର୍ଗତ ଭୋଇ ଲଢେଇ କରୁଥିଲେ । ସେ ଜଣେ ପ୍ରକୃତି ପ୍ରେମୀ ସଂଗେ ସଂଗେ ସମାଜ ସଂଗଠକ ଥିଲେ । ତାଙ୍କର ବିୟୋଗରେ ଗୋଟିଏ ଯୁଗର ଅବସାନ ଘଟିଲା ବୋଲି ଆଦିବାସୀ ନେତା ସୁରେଶ ଭୋଇ ଦୁଃଖ ପ୍ରକାଶ କରିଥିଲେ । ଜଣେ ଆଦିବାସୀ ସମାଜର ହୀରାକୁ ହରାଇଲୁ ବୋଲି ଜିଲ୍ଲା କନ୍ଧ ସମାଜ ଯୁବ ସଂଗଠନର ସମ୍ପାଦକ ଡିଙ୍ଗର ଭୋଇ ଶୋକ ପ୍ରକଶ କରିଥିଲେ । ଏହି ଶୋକ ସଭାରେ ଈଶ୍ୱର ଭୋଇ, ଜଗଦୀଶ ଭୋଇ, ବ୍ରଜ ଭୋଇ, କୁବେର ଭୋଇ, ମୋତି ଭୋଇ, କପିଳାସ ଭୋଇ, ହାଡିବନ୍ଧୁ ଭୋଇ, ମିନିକେତନ ପାତ୍ର, ଆର୍ତ୍ତ ତ୍ରାଣ ଭୋଇ, ବସନ୍ତ ଭୋଇ ହୀରା ମାଝୀ ପ୍ରମୁଖ ଉପସ୍ଥିତ ଥିଲେ ।
