
ରାଉରକେଲା, (ସସ୍ମିତା ପ୍ରଧାନ) : ଟ୍ରକ୍ ଆଣ୍ଡ ଟ୍ରିପର ଓନର୍ସ ଆସୋସିଏସନ୍ ରାଉରକେଲାର ସଭାପତି ଭାବେ ବିରାଜ ମୋହନ ବିଶ୍ୱାଳ ନିର୍ବାଚିତ ହୋଇଥିବାବେଳେ ବିକାଶ କୁମାର ନାୟକ ସାଧାରଣ ସମ୍ପାଦକ ଭାବେ ନିର୍ବାଚିତ ହୋଇଛନ୍ତି । ଆସୋସିଏସନର ନିର୍ବାଚନ ପ୍ରକ୍ରିୟା ଗତ ୧୯ ତାରିଖରୁ ଆରମ୍ଭ ହୋଇଥିଲା । ଏହି ପ୍ରକ୍ରିୟାରେ ବିରାଜ ସଭାପତି ପଦ ପାଇଁ, ରାମକୃଷ୍ଣ ନନ୍ଦ କାର୍ଯ୍ୟକାରୀ ସଭାପତି, କୃଷ୍ଣ ପରିଡା ଉପସଭାପତି, ବିକାଶ ସାଧାରଣ ସମ୍ପାଦକ, ଦେବାନନ୍ଦ ଜେନା ଓ ରବିନାରାୟଣ ମହନ୍ତ ଯୁଗ୍ମ ସମ୍ପାଦକ, କାଳୀ ପ୍ରସନ୍ନ ସ୍ୱାଇଁ କୋଷାଧ୍ୟକ୍ଷ ପଦ ପାଇଁ ନାମାଙ୍କନ ପତ୍ର ଦାଖଲ କରିଥିଲେ । ତେବେ ଏହି ପଦବୀ ପାଇଁ ଅନ୍ୟ କେହି ନାମାଙ୍କନ ପତ୍ର ଦାଖଲ କରିନଥିବାରୁ ଉପରୋକ୍ତ ସଦସ୍ୟମାନେ ନୂତନ କମିଟିର ପଦାଧିକାରୀ ଭାବେ ନିର୍ବାଚିତ ହୋଇଛନ୍ତି ବୋଲି ନିର୍ବାଚନ ଅଧିକାରୀ ସରୋଜ ନାରାୟଣ ମହାପାତ୍ର ସୂଚନା ଦେଇଛନ୍ତି ।
