csstore

ନୂତନ ଆୟକର ଆଇନ -୨୦୨୫ ସଂପର୍କରେ ସଚେତନତା ସୃଷ୍ଟି କରିବା ପାଇଁ ବୈଠକ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ନୂତନ ଆୟକର ଆଇନ -୨ଠ୨୫ର ବ୍ୟବସ୍ଥା ଓ ପ୍ରଭାବ ସଂପର୍କରେ ସଚେତନତା ସୃଷ୍ଟି କରିବା ପାଇଁ ବଲାଙ୍ଗିର ଆୟକର କାର୍ଯ୍ୟାଳୟ ପରିସରରେ ଆଜି ଏକ ବୈଠକ ଅନୁଷ୍ଠିତ ହୋଇଥିଲା । ସମ୍ବଲପୁର ଆୟକର ପ୍ରମୁଖ କମିଶନରଙ୍କ ତତ୍ତ୍ୱାବଧାନରେ ଆୟୋଜିତ କାର୍ଯ୍ୟକ୍ରମରେ ନୂତନ ଆଇନର ଗୁରୁତ୍ତ୍ୱପୂର୍ଣ୍ଣ ଦିଗ ଓ ପ୍ରଭାବ ତଥା ପରିବର୍ତ୍ତନ ସହ ବୃତ୍ତିଗତମାନଙ୍କୁ ପରିଚିତ କରାଇବାଏହି ବୈଠକର ଲକ୍ଷ ବୋଲି କୁହାଯାଉଇଛି । ପରେ ଅନୁଷ୍ଠିତ ପ୍ରଶ୍ନ ଉତ୍ତର କାର୍ଯ୍ୟକ୍ରମରେ ଉପସ୍ଥିତ ବ୍ୟକ୍ତିମାନେ ତାଙ୍କର ବିଭିନ୍ନ ପ୍ରଶ୍ନ ଓ ଅର୍ନ୍ତଦୃଷ୍ଟି ସଂପର୍କରେ ପଚାରିବୁଝିଥିଲେ । ଏହି ଆଲୋଚନାଚକ୍ର ଓ ବୈଠକରେ ବଲାଙ୍ଗିର ୱାର୍ଡ-୧ ଆୟକର ଅଧିକାରୀ ଟୁନା କୁମାର ଏବଂ ଆୟକର ଅଧିକାରୀ (ଭିୟୁ) ଅଜୟ କୁମାର ଯୋଗ ଦେଇ ନୂତନ ଆୟକର ଆଇନର ବିଭିନ୍ନ ଦିଗ ଓ ଏହାର ପ୍ରୟୋଗ ଉପରେ ବିସ୍ତୃତ ଭାବରେ ବୁଝାଇଥିଲେ । ଏହି ବୈଠକରେ ଜିଲ୍ଲାର ବିଭିନ୍ନ ପ୍ରାନ୍ତରୁ ଶତାଧିକ ଓକିଲ, ଚାଟାର୍ଡ ଆକାଉଣ୍ଟେଣ୍ଡ୍‌, ଶିଳ୍ପପତି ଏବଂ ସର୍ବଭାରତୀୟ ବ୍ୟବସାୟୀ ସଂଘର ସଭ୍ୟମାନେ ସାମିଲ ହୋଇଥିଲେ ।

jayashree
Leave A Reply

Your email address will not be published.