csstore

ବିକାଶର ଧାରା ଓଡିଶା ସାରା – ଦୁଇବର୍ଷ ପୂର୍ତ୍ତି ଅବସରରେ ଚିକଟମାଟ ଗ୍ରାମପଂଚାୟତ ସ୍ତରୀୟ ସମ୍ମିଳନୀ

ଲାଠିକଟା, (କେପିଏନ୍‌ଏସ୍‌) : ଲାଠିକଟା ବ୍ଲକ ଅନ୍ତର୍ଗତ ଚିକଟମାଟି ଗାମପଂଚାୟତ ଠାରେ ନୂତନ ସରକାରଙ୍କ ଦୁଇବର୍ଷ ପୂର୍ତ୍ତି ଅବସରରେ ପଂଚାୟତ ସ୍ତରୀୟ ସମ୍ମିଳନୀ ଆୟୋଜିତ ହୋଇଥିଲା । ଏହି ସମ୍ମିଳନୀକୁ ଜିଲ୍ଲା ପରିଷଦ ଗୁଗୁନ କୁଜୁର, ବନବିଭାଗର ସେକ୍ସନ ଅଫିସର ରାଜେଶ ଯୋଶୀ, ସମିତି ସଭ୍ୟା ରଜନୀ କୁଜୁର, ସରପଂଚ ଲଲୀତା ଏକ୍କା ପ୍ରଭୁ ଶ୍ରୀଜଗନ୍ନାଥଙ୍କ ପାଖରେ ଦୀପ ପ୍ରଜ୍ୱଳନ କରି କାର୍ଯ୍ୟକ୍ରମକୁ ଆନୁଷ୍ଠାନିକ ଭାବେ ଉଦ୍‌ଘାଟନ କରି ସମସ୍ତ ପଂଚାୟତବାସୀଙ୍କୁ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ସମସ୍ତ ଜନକଲ୍ୟାଣକାରୀ ଯୋଜନାର ଲାଭ ପାଇ ପାରିବେ । ତାପାଇଁ ମିଳିମିଶି କାମ କରିବା ବୋଲି କହିଥିଲେ । ଚିକଟମାଟି ପଂଚାୟତରେ ହୋଇଥିବା ଉନ୍ନତି ମୂଳକ କାର୍ଯ୍ୟ ଓ ଜନକଲ୍ୟାଣକାରୀ କାର୍ଯ୍ୟରେ ପଂଚାୟତବାସୀଙ୍କ ସହଯୋଗ ପାଇଁ ସରପଂଚ ଗ୍ରାମବାସୀଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ । ସବକା ସାଥ, ସବକା ବିକାଶ, ସବକା ପ୍ରୟାସ ନାରେରେ ଅନୁପ୍ରାଣିତ ହୋଇ କାମ କରିବା ବୋଲି ଶ୍ରୀମତୀ ଏକ୍କା କହିଥିଲେ । ଏହି ଅବସରରେ ଦୁଇ ବର୍ଷ ଭିତରେ ପଂଚାୟତର ବିଭିନ୍ନ ୱାର୍ଡରେ ସମ୍ପୂର୍ଣ୍ଣ ହୋଇଥିବା ବିଭିନ୍ନ କଂକ୍ରିଟ ରୋଡ, କଂକ୍ରିଟ ନାଳ ଓ ଅନ୍ୟାନ୍ୟ କାର୍ଯ୍ୟର ସମ୍ପୂର୍ଣ୍ଣ ବିବରଣୀ ପଂଚାୟତ ଜନସାଧାରଣଙ୍କୁ ଦିଆଯାଇଥିଲା । ୧୨ ଜଣଙ୍କୁ ନୂତନ ଭତ୍ତା ବଂଟନ କରାଯାଇଥିଲା । ବିଭିନ୍ନ ବିଭାଗର ଅଧିକାରୀ ଓ କର୍ମଚାରୀମାନେ ଉପସ୍ଥିତ ରହି ନିଜ ନିଜ ବିଭାଗର ସମସ୍ତ ଯୋଜନା ବିଷୟରେ ଜନସାଧାରଣଙ୍କୁ ଅବଗତ କରାଇଥିଲେ । ପଂଚାୟତ କାର୍ଯ୍ୟ ନିର୍ବାହୀ ଅଧିକାରୀ ରୁପେଶ୍ୱର କାକଙ୍କ ସଂଯୋଜନାରେ କାର୍ଯ୍ୟକ୍ରମଟି ଆୟୋଜିତ ହୋଇଥିଲା । ଏହି ଅବସରରେ ନାଏବ ସଂରପଂଚ ଦୀପକ ଟପ୍ନୋ, ଏଡିଇଓ- ବିଜୟ ଟପ୍ପୋ, ଲାଠିକଟା ବ୍ଲକ ନୋଡାଲ ଅଫିସର ଧବଳେଶ୍ୱର ସୁନା, ଯୋଗାଣ ସହାୟକ ସୁଷମା ର୍ତିକୀ ପ୍ରମୁଖ ଉପସ୍ଥିତଥିଲେ ।

jayashree
Leave A Reply

Your email address will not be published.