
ବଲାଙ୍ଗିର, (କେପିଏନ୍ଏସ୍) : ଆଜି ବଲାଙ୍ଗିର ଜିଲ୍ଲା ମୁଖ୍ୟ ଡାକ୍ତରଖାନା ପରିଦର୍ଶନ କରିଛନ୍ତି ପୂର୍ବତନ ଆଇନ ମନ୍ତ୍ରୀ ତଥା କଂଗ୍ରେସ ଦଳର ବରିଷ୍ଠ ନେତା ନରସିଂହ ମିଶ୍ର । ସେ କହିଛନ୍ତି, ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ନିଜ ଜିଲ୍ଲାର ମୁଖ୍ୟ ଡାକ୍ତରଖାନାରେ ଡାକ୍ତର ନାହାନ୍ତି । ଆଉଟ୍ ସୋର୍ସିଂ ଡାକ୍ତରମାନଙ୍କ ଦ୍ୱାରା ଚାଲିଛି ଚିକିତ୍ସା । ସୁସ୍ଥତା ଦେବାକୁ ରହିଥିବା ଜିଲ୍ଲା ମୁଖ୍ୟ ସ୍ୱାସ୍ଥ୍ୟକେନ୍ଦ୍ର ନିଜେ ଅସୁସ୍ଥ । ଏଭଳି ଅଭିଯୋଗ ଆଣିଛନ୍ତି ନରସିଂହ । ଆଜି ପରିଦର୍ଶନରେ ଆସିଥିବା ପୂର୍ବତନ ଆଇନ ମନ୍ତ୍ରୀ ନରସିଂହ ଚିକିତ୍ସାଧୀନ ଥିବା ରୋଗୀମାନଙ୍କୁ ମଧ୍ୟ ଭେଟି ସେମାନଙ୍କ ସ୍ୱାସ୍ଥ୍ୟ ଅବସ୍ଥା ପଚାରି ବୁଝିଛନ୍ତି । ଆଗାମୀ ଦିନରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଗୁରୁତ୍ୱ ପ୍ରଦାନ କରି ରୋଗୀମାନଙ୍କୁ ଉଚିତ ଚିକିତ୍ସା ଯୋଗାଇବା ଦିଗରେ ସରକାର ଦୃଷ୍ଟି ଦିଅନ୍ତୁ ବୋଲି ସେ ଦାବୀ କରିଛନ୍ତି ।
