csstore

ବଙ୍ଗୋମୁଣ୍ଡା ସାମ୍ବାଦିକ ଅଶୋକ ଭୋଇଙ୍କ ବିୟୋଗରେ ଟିଟିଲାଗଡ ସାମ୍ବାଦିକ ସଙ୍ଘ ପକ୍ଷରୁ ଶ୍ରଦ୍ଧାଞ୍ଜଳି ସଭା ଅନୁଷ୍ଠିତ

ଟିଟିଲାଗଡ଼, (ସଞ୍ଜୟ କୁମାର ନାୟକ) : କଣ୍ଟାବାଞ୍ଜି ବିଧାନସଭା ନିର୍ବାଚନ ମଣ୍ଡଳୀ ଅଧିନସ୍ଥ ବଙ୍ଗୋମୁଣ୍ଡା ଗ୍ରାମର ଯୁବ ପ୍ରତିଭାବାନ ଗଣମାଧ୍ୟମ ପ୍ରତିନିଧି ଅଶୋକ ନାରାୟଣ ଭୋଇଙ୍କ ଅକାଳ ବିୟୋଗରେ ଟିଟିଲାଗଡ଼ ସାମ୍ବାଦିକ ସଂଘ ତରଫରୁ ମଙ୍ଗଳବାର ଦିନ ଅପରାହ୍ନରେ ସ୍ଥାନୀୟ ଡାକ ବଙ୍ଗଳା ଠାରେ ଏକ ଶୋକସଭା ତଥା ଶ୍ରଦ୍ଧାଞ୍ଜଳି ସଭା ଅନୁଷ୍ଠିତ ହୋଇଯାଇଛି । ସାମ୍ବାଦିକ ସଞ୍ଜୟ ବେହେରାଙ୍କ ଆବାହକରେ ଆୟୋଜିତ ଏହି ଶ୍ରଦ୍ଧାଞ୍ଜଳି ସଭାରେ ବରିଷ୍ଠ ସାମ୍ବାଦିକ ଦିଲୀପ ପୁରୋହିତ, ଜଗଦିଶ ଜୈନ, ଦୀପକ ସମାଦ୍ଦାର, ମାନସ ମହାନ୍ତି, ମନୋଜ ଶତପଥି ପ୍ରମୁଖ ସ୍ୱର୍ଗତ ଅଶୋକ ନାରାୟଣ ଭୋଇଙ୍କ ସ୍ମୃତି ଚାରଣ କରିଥିଲେ । ଶ୍ରଦ୍ଧାଞ୍ଜଳି ସଭା ପୂର୍ବରୁ ଅମର ଆତ୍ମାର ସଦଗତି ନିମନ୍ତେ ଦୁଇ ମିନିଟ ନୀରବ ପ୍ରାର୍ଥନା କରାଯାଇଥିଲା । ଏହି ଅବସରରେ ଟିଟିଲାଗଡ଼ କାର୍ଯ୍ୟରତ ସାମ୍ବାଦିକଙ୍କ ମଧ୍ୟରେ ତୀର୍ଥଙ୍କର ପଟେଲ, ଅଶୋକ ତ୍ରିପାଠୀ, ଜିତୁ ସାହୁ, ସଞ୍ଜୟ ନାୟକ, ସୁଧୀର ଦାଶ, ପ୍ରମୁଖ ରହିଥିଲେ । ଏଠାରେ ସୂଚନା ଯୋଗ୍ୟ ଯେ, ଅତ୍ୟଧିକ ରକ୍ତଚାପ ଯୋଗୁଁ ଅଶୋକ ଗୁରୁତର ହୋଇ ପଡ଼ିଥିଲେ, ତାଙ୍କୁ ନିକଟତମ ଖରିଆର ମିଶନ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ସେଠାରେ ଅବସ୍ଥା ସଂକଟାପନ୍ନ ରହିଥିବାରୁ ଛତିଶଗଡ ରାଜ୍ୟର ରାଜଧାନୀ ରାୟପୁରର ଏକ ଘରୋଇ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଥିଲା । ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କ ମୃତ୍ୟୁ ଘଟିଥିଲା ।

jayashree
Leave A Reply

Your email address will not be published.