jayashree

ଟିଟିଲାଗଡ଼ ଉତ୍କଳ ବଣିକ ସଂଘର ପ୍ରତିଷ୍ଠା ଦିବସ ଅନୁଷ୍ଠିତ

ଟିଟିଲାଗଡ଼, (କେପିଏନ୍‌ଏସ୍‌) : ଟିଟିଲାଗଡ଼ ଧର୍ମଶାଳାରେ ଗତ ୧୭ ତାରିଖ ଦିନ ଟିଟିଲାଗଡ଼ ଉତ୍କଳ ବଣିକ ସଂଘର ପ୍ରତିଷ୍ଠା ଦିବସ ଅନୁଷ୍ଠିତ ହୋଇଯାଇଛି । କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଟିଟିଲାଗଡ଼ ବିଧାୟକ ନବୀନ ଜୈନ ଯୋଗ ଦେଇଥିବା ବେଳେ ବିଶିଷ୍ଟ ଅତିଥି ଭାବେ ଟିଟିଲାଗଡ଼ ପୌର ପରିଷଦ ଅଧ୍ୟକ୍ଷା ଶ୍ରୀମତୀ ମମତା ଜୈନ ଯୋଗଦାନ କରିଥିଲେ । ଏହି ପ୍ରତିଷ୍ଠା ଦିବସ ଆୟୋଜନ ଅବସରରେ ନୂତନ ଭାବେ ସଂଘର ସଭାପତି, ସାଧାରଣ ସଂପାଦକ ଓ ଅନ୍ୟ କାର୍ଯ୍ୟକାରୀ କମିଟି ସଦସ୍ୟମାନେ ମନୋନୀତ ହୋଇଥିଲେ । ସଂଘୀୟ ବ୍ୟବସ୍ଥାକୁ ନେଇ ସଂଘର ସଦସ୍ୟମାନେ ଶପଥ ଗ୍ରହଣ କରିଥିଲେ । କାର୍ଯ୍ୟକ୍ରମ ଶେଷରେ ସାଂସ୍କୃତିକ କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିବା ବେଳେ କାର୍ଯ୍ୟକ୍ରମରେ ବହୁ ସଂଖ୍ୟାରେ ଟିଟିଲାଗଡ଼ବାସୀ ଯୋଗଦାନ କରିଥିଲେ ।

Leave A Reply

Your email address will not be published.