jayashree

ଆମ ଆଦମୀ ପାର୍ଟି ପକ୍ଷରୁ ଦାବିପତ୍ର ପ୍ରଦାନ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିର ଜିଲ୍ଲାର ଧାନ କ୍ରୟ ଟାର୍ଗେଟରୁ ବଂଚିତ ପ୍ରତ୍ୟେକ ପେକ୍ସ ଗୁଡିକକୁ ତୁରନ୍ତ ଟାର୍ଗେଟ ପ୍ରଦାନ କରିବା ଦାବି ନେଇ ବଲାଙ୍ଗିର ଆମ ଆଦମୀ ପାର୍ଟି ତରଫରୁ ଜିଲ୍ଲା ସଭାପତି ତଥା ରାଷ୍ଟ୍ରୀୟ ପରିଷଦ ସଦସ୍ୟ ଆଶିଷ ପାଣ୍ଡେଙ୍କ ନେତୃତ୍ୱରେ ପାର୍ଟିର ସଦସ୍ୟ ଏବଂ ଚାଷୀମାନେ ସିଏସ୍‌ଓ ଅଫିସରେ ପ୍ରଶାସନକୁ ଦେଇଛନ୍ତି ଚେତାବନୀ ଏବଂ ଚିଫ ସିଏସ୍‌ଓ ଆଜି ଟାର୍ଗେଟ ଆସିବେ ବୋଲି ପ୍ରତିଶୃତି ଦେଇଛନ୍ତି । ବଲାଙ୍ଗିର ଜିଲ୍ଲାର ସବୁ ପେକ୍ସ ଏ ପର୍ଯ୍ୟନ୍ତ ଧାନ କ୍ରୟ ଟାର୍ଗେଟ ମିଳୁ ନଥିବାରୁ ଚାଷୀମାନେ ଗଭୀର ଅସୁବିଧାରେ ପଡିଛନ୍ତି । ସରକାରୀ ଧାର୍ଯ୍ୟ ମୂଲ୍ୟରେ ଧାନ ବିକ୍ରି କରିବା ଚାଷୀଙ୍କ ଅଧିକାର ହୋଇଥିବା ବେଳେ ଟାର୍ଗେଟ ଅଭାବରୁ ସେମାନେ ନିଜ ଉତ୍ପାଦିତ ଧାନ ବିକ୍ରି କରିପାରୁ ନାହାନ୍ତି । ଫଳରେ ଚାଷୀମାନେ ଦଲାଲଙ୍କ ହାତରେ ଶୋଷିତ ହେଉଛନ୍ତି ଏବଂ ଆର୍ଥିକ କ୍ଷତି ସହୁଛନ୍ତି । ଧାନର ଟୋକନ ତାରିଖ ମଧ୍ୟ ସରିଯାଉଛି । ଜିଲ୍ଲାର ଅନେକ ପେକ୍ସରୁ ଟାର୍ଗେଟ ନ ମିଳିବା ଚାଷୀଙ୍କ ସ୍ୱାର୍ଥ ବିରୋଧୀ ଏବଂ ଅତ୍ୟନ୍ତ ଦୁଃଖଦାୟକ ଘଟଣା । ଧାନ କ୍ରୟ ବ୍ୟବସ୍ଥାରେ କୌଣସି ପ୍ରକାର ପକ୍ଷପାତ ଏବଂ ନିରପେକ୍ଷ ହିସାବରେ ସମସ୍ତ ଯୋଗ୍ୟ ପେକ୍ସକୁ ଆବଶ୍ୟକ ଟାର୍ଗେଟ ପ୍ରଦାନ କରାଯାଉ । ରାଜ୍ୟ ସରକାରଙ୍କ ଧାନ କ୍ରୟ ନିତି ଅନୁଯାୟୀ ଚାଷୀମାନଙ୍କ ଧାନ କ୍ରୟ ନିଶ୍ଚିତ କରିବା ବିଭାଗର ଦାୟିତ୍ୱ ଅଟେ । ଜିଲ୍ଲାର ଯେଉଁ ପେକ୍ସଗୁଡିକୁ ଧାନ କ୍ରୟ ଟାର୍ଗେଟ ମିଳିନାହିଁ ସେମାନଙ୍କୁ ତୁରନ୍ତ ଟାର୍ଗେଟ ପ୍ରଦାନ କରାଯାଉ, ପେକ୍ସ ଭିତ୍ତିକ ଟାର୍ଗେଟ ବଣ୍ଟନ ତାଲିକା ସାର୍ବଜନୀନ କରାଯାଉ, ଚାଷୀମାନଙ୍କ ଧାନ ବିକ୍ରିରେ କୌଣସି ବାଧା ସୃଷ୍ଟି ନ ହେବା ପାଇଁ ତୁରନ୍ତ ପଦକ୍ଷେପ ନିଆଯାଉ, ଧାନ କ୍ରୟରୁ ବଂଚିତ ଚାଷୀମାନଙ୍କ ସମସ୍ୟାର ସମାଧାନ ପାଇଁ ଜିଲ୍ଲାସ୍ତରୀୟ ସମୀକ୍ଷା ଡକାଯାଉ ନଚେତ ଚାଷୀମାନଙ୍କୁ ନେଇ ଆମ ଆଦମୀ ପାର୍ଟି ବଲାଙ୍ଗିର ତରଫରୁ ଆଗାମୀ ଦିନରେ ତୀବ୍ର ଆନ୍ଦୋଳନ କରାଯିବ ବୋଲି ଆପ ନେତା ଆଶିଷ ପାଣ୍ଡେ ଚେତାବନୀ ଦେଇଛନ୍ତି । ଏହି କାର୍ଯ୍ୟକ୍ରମରେ ଆପ ବଲାଙ୍ଗିର ଯୁବ ନେତା ରମାକାନ୍ତ ବେହେରା, ବଲାଙ୍ଗିର ବିଧାନସଭା ସଭାପତି ସଦାଶିବ ମେହେର, ବାଳକୃଷ୍ଣ ନୈକ, ଚାଷୀ କୃଷ୍ଣ ଛତ୍ରିଆ, ଆକୁଳ ରାଇ, ସନ୍ତୋଷ ତାଣ୍ଡି, ଜୟଚନ୍ଦ୍ର ନାଗ, ପ୍ରଫୁଲ୍ଲ ବିଶ୍ୱାଳ, ଲକ୍ଷ୍ୟା ଦୀପ, ସୁଶିଲ ପଧାନ, କୁଳମଣି ପଧାନ ଏବଂ ଅନ୍ୟ ଚାଷୀମାନେ ଉପସ୍ଥିତ ଥିଲେ ।

Leave A Reply

Your email address will not be published.