
ମ. ରାମପୁର, (ପି. କେ. ସାହୁ) : କଳାହାଣ୍ଡି ଜିଲ୍ଲା ମ. ରାମପୁର ବ୍ଲକ ସମ୍ମିଳନୀ କକ୍ଷରେ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଶରଦ କୁମାର ସେଠୀଙ୍କ ଅଧ୍ୟକ୍ଷତାରେ ବିକାଶର ଧାରା ଓଡ଼ିଶା ସାରା କାର୍ଯ୍ୟ ଅନୁଷ୍ଠିତ ହୋଇଯାଇଛି । ପ୍ରଥମେ ଅତିଥିମାନଙ୍କ ଦ୍ଵାରା ସହିତ ରେଣ୍ଡୋ ମାଝୀ ଓ ବିର୍ଷା ମୁଣ୍ଡାଙ୍କ ଫଟୋ ଚିତ୍ରରେ ପ୍ରଦୀପ ପ୍ରଜ୍ୱଳନ ପୂର୍ବକ ମାଲ୍ୟାର୍ପଣ ପରେ ସମାଜମଙ୍ଗଳ ସମ୍ପ୍ରସାରଣ ଅଧିକାରୀ ଶ୍ୟାମ ସୁନ୍ଦର ନାଏକ ରାଜ୍ୟ ସରକାର ଓ କେନ୍ଦ୍ର ସରକାରଙ୍କ ବିଭିନ୍ନ ଯୋଜନା ଉପରେ ସୂଚନା ଦେଇ ସଭାକାର୍ଯ୍ୟ ଆରମ୍ଭ ହୋଇଥିଲେ । ଏହି କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ଜିଲ୍ଲା ପରିଷଦ ଅଧ୍ୟକ୍ଷ ପୁଷ୍ପେନ୍ଦ୍ର ସିଂହ ଦେଓ, ମୁଖ୍ୟବକ୍ତା ଭାବେ ସାଂସଦ ବ୍ଲକ ପ୍ରତିନିଧି ପଦ୍ମଲୋଚନ ମିଶ୍ର, ଜିଲ୍ଲା ଉନ୍ନୟନ ପରିଷଦ ସଭାନେତ୍ରୀ ରିନା ଭୋଇ, ଜିଲ୍ଲା ଆଦିବାସୀ ସଂଘ ସଭାପତି ପ୍ରକାଶ ଚନ୍ଦ୍ର ମାଝି, ଜିଲ୍ଲା ପରିଷଦ ସଭ୍ୟା ମଞ୍ଜୁଲତା ଧରୁଆ, ଜୟ ପାତ୍ର, ରମେଶ ମାଝୀ, ନୁନପୁର ସମିତି ସଭ୍ୟ ଉଦ୍ଧବ ଜାନୀ, ମ. ରାମପୁର ସମିତି ସଭ୍ୟ ପ୍ରତିମା ଭୋଇ, ମ. ରାମପୁର ବ୍ଲକ ଆଦିବାସୀ ସଂଘ ସଭାପତି ଧୋବା ପନ୍ଦର, ଉପସଭାପତି ରାଜୁ ମାଝୀ, ଅନୁସୂଚିତ ଜାତି ଜିଲ୍ଲା ସଭାପତି ବୃନ୍ଦାବନ ନାଗ, ଦିବାକର ବାଗ ଆଦିବାସୀ ନେତା ଧନର୍ସିଂ ମାଝୀ, ଦେଢସୁଲି ସମିତି ସଭ୍ୟ ତଥା ବିଜେପି ମଣ୍ଡଳ ସଭାପତି ଯାଜ୍ଞସେନ ପଣ୍ଡା ସହକରୀ ଯନ୍ତ୍ରୀ ବଳବିନ୍ଦର ସିଂ ଯାଦବ, ଉପସ୍ଥିତ ରହିଥିବା ବେଳେ ଅତିଥିମାନେ ବିକାଶ ଧାରା ଓ ଓଡ଼ିଶା, ଉପରେ ଅତିଥିମାନେ ବିକାଶ ଧାରା ଉପରେ ନିଜି ନିଦ ବକସହିତ ରେଣ୍ଡୋ ମାଝୀଙ୍କ ପରିବାର ସଦସ୍ୟଙ୍କୁ ଉପଢୌକନ ଦେଇ ସମ୍ମାନିତ କରିଥିଲେ । ଶହଶହ ଆଦିବାସୀ ହରି ସେହିପରି ମାଟ୍ରିକ୍ ରେଜଲ୍ଟ ଭଲ ରଖିବା ମାର୍କ ଏପରି ଅନେକ ଛାତ୍ରଛାତ୍ରୀମାନଙ୍କୁ ଉପଢୌକନ ଦେଇ ସମ୍ମାନିତ କରିବା ବେଳେ ବରିଷ୍ଠ ସାମ୍ବାଦିକ ହେମନ୍ତ କୁମାର ସାହୁ ମଞ୍ଚ ପରିଚାଳନା କରିଥିଲେ । ଶେଷରେ ଅତିରିକ୍ତ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଲକ୍ଷ୍ମଣ କୁମାର ପ୍ରଧାନ ଧନ୍ୟବାଦ ଅର୍ପଣ କରିଥିଲେ ।