jayashree

ଛତ୍ରପୁର କଳାବିକାଶ କେନ୍ଦ୍ର ପକ୍ଷରୁ ତିନିଦିନିଆ ରଜ ମଉଜ ସମାହିତ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଛତ୍ରପୁର କଳାବିକାଶ କେନ୍ଦ୍ର ପକ୍ଷରୁ ତିନିଦିନିଆ ରଜ ମଉଜ ବର୍ଣ୍ଣାଢ୍ୟ ସମାରୋହରେ ପାଳିତ ହୋଇଯାଇଛି । ଓଡିଶାର ଅନ୍ୟତମ ଶାସ୍ତ୍ରୀୟ ନୃତ୍ୟ ଓଡ଼ିଶୀ, ସଙ୍ଗୀତ କଳା ମନ୍ଦିର ଛତ୍ରପୁର କଳାବିକାଶ କେନ୍ଦ୍ର ଅଧ୍ୟକ୍ଷା ଡ଼ଃ. ଅଳକା ସାହୁଙ୍କ ନେତ୍ତୃତ୍ଵରେ ରଜପର୍ବ କୁମାରୀମାନଙ୍କ ମଧ୍ୟରେ ସମାହିତ ହୋଇଯାଇଛି । ଓଡ଼ିଶୀ ନୃତ୍ୟାଙ୍ଗନା, ନୃତ୍ୟଶିଳ୍ପୀ ଏବଂ ଓଡ଼ିଶୀ ନୃତ୍ୟ ଶିକ୍ଷା ଲାଭ କରୁଥିବା ବିଦ୍ୟାର୍ଥୀ ମାନଙ୍କ ମଧ୍ୟରେ ଓଡ଼ଶା ସଂସ୍କୃତିର ନିଆରା ଗଣପର୍ବ ପରମ୍ପରା ରଜପର୍ବ ବର୍ଣ୍ଣାଢ୍ୟ ସମାରୋହରେ ପାଳିତ ହୋଇଯାଇଛି । ପାରମ୍ପରିକ ଓଡ଼ିଆ ବ୍ୟଞ୍ଜନରେ ପ୍ରସ୍ତୁତ ପିଠା ତିଆରି ରଜପାନ ଖୁଆ ଖୋଇ ହୋଇ ରଜରେ ମଉଜ କରିଥିଲେ । ଏହି ରଜପର୍ବ ଆସରରେ ଅଭିଭାବିକାମାନେ ମଧ୍ୟ ସାମିଲ୍ ହୋଇ ରଜ ମଉଜରେ ଖୁସି ମନାଇଥିଲେ ।

Leave A Reply

Your email address will not be published.