
ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ‘ବିକାଶର ଧାରା, ଓଡ଼ିଶା ସାରା’ ପରିପ୍ରେକ୍ଷୀରେ ମଙ୍ଗଳବାର ଛତ୍ରପୁର ମ୍ୟୁନିସିପାଲିଟି ପକ୍ଷରୁ ଆୟୋଜିତ ‘ଆମ ଗଞ୍ଜାମ ସ୍ୱଚ୍ଛ ଗଞ୍ଜାମ’ କାର୍ଯ୍ୟକ୍ରମ ମାଧ୍ୟମରେ ଗଞ୍ଜାମ ଜିଲ୍ଲାର ସଦର ମହକୁମା ଛତ୍ରପୁର ପୌରାଞ୍ଚଳକୁ ସ୍ୱଚ୍ଛ ଓ ପ୍ଲାଷ୍ଟିକମୁକ୍ତ କରିବାର ଦୃଢ଼ ସଙ୍କଳ୍ପକୁ ପୌର ନିର୍ବାହୀ ଅଧିକାରୀ ପ୍ରସନ୍ନ କୁମାର ଦାଶ ସଭିଁଙ୍କୁ ଶପଥ ପାଠ କରାଇଥିଲେ । ଛତ୍ରପୁର ବିଧାୟକ କୃଷ୍ଣଚନ୍ଦ୍ର ନାୟକ ଲୋକଙ୍କୁ ସଚେତନ କରାଇବା ସ୍ୱରୂପ ନିଜେ ମଧ୍ୟ ସଫେଇ କର୍ମଚାରୀମାନଙ୍କ ସହ ହାତ ମିଳାଇ ଅଳିଆ ଆବର୍ଜନା, ଗଦେଇ ଆଦି ସଫେଇ କରି ସମାଜକୁ ଏକ ନିଆରା ସଚେତନତାର ବାର୍ତ୍ତା ଦେଇଥିଲେ । ପୌରପରିଷଦର ସମସ୍ତ ସଦସ୍ୟ ସଦସ୍ୟା, ସଫେଇ କର୍ମଚାରୀ ଅଫିସିଆଲ୍ ଷ୍ଟାଫ୍ ପ୍ରମୁଖ ସମ୍ମିଳିତ ହୋଇ ଛତ୍ରପୁର ସହରରେ ସ୍ୱଚ୍ଛତା ଉପରେ ସଚେତନତା କରିଥିଲେ । ପୌର ପରିଷଦ ଉପାଧ୍ୟକ୍ଷ ଜି. ପାପା ରାଓ, ସହକାରୀ ନିର୍ବାହୀ ଅଧିକାରୀ ଶ୍ରୀମତୀ ଗାୟତ୍ରୀ ସାମଲ, ସଫେଇ ନେତ୍ତୃଧାରୀ ସୂର୍ଯ୍ୟ ପାତ୍ର ପ୍ରମୁଖ ଏହି ସ୍ୱଚ୍ଛତା ଅଭିଯାନରେ ସକ୍ରୀୟ ଅଂଶଗ୍ରହଣ କରିଥିଲେ । ସପ୍ତାହର ପ୍ରତି ମଙ୍ଗଳବାର ଦିନ ଏହି ମହତ୍ କାର୍ଯ୍ୟରେ ଯୋଗଦେଇ ସକ୍ରୀୟ ସହଯୋଗ କରିବାକୁ ଗଞ୍ଜାମ ଜିଲ୍ଲା ପ୍ରଶାସନ ପକ୍ଷରୁ ଆହ୍ୱାନ ଦିଆଯାଇଥିବା ଜଣାପଡ଼ିଛି ।