
ରାଉରକେଲା, (କେପିଏନ୍ଏସ୍) : ରଘୁନାଥପଲ୍ଲୀ ଟିପ୍ପର ଓନର ସଙ୍ଘ ଚଳିତ ୦୮-୦୬-୨୦୨୬ ତାରିଖରୁ ୧୦-୦୬-୨୦୨୬ ତାରିଖ ତିନିଦିନ ଧରି ଆର.ଏସ.ପି ଗେଟ ଆଗରେ ଧାରଣା ଦେବା ସହିତ ବାହାର ଗାଡି ଗୁଡିକୁ ପ୍ଲାଣ୍ଟ ଭିତରକୁ ପଶିବାକୁ ଦେଇନଥିଲେ । ଏଭଳି ପରିସ୍ଥିତି ଉପୁଜିବାରୁ ରଘୁନାଥପଲ୍ଲୀ ବିଧାୟକ ଦୁର୍ଗା ଚରଣ ତନ୍ତୀ ପହଞ୍ଚି ସଙ୍ଘ କାର୍ଯ୍ୟକର୍ତ୍ତା ଓ ଆର.ଏସ.ପି. ମଧ୍ୟରେ କଥା ହୋଇଥିଲେ । ସଂଘ ତରଫରୁ ତିନୋଟି ଦାବୀ ରଖାଯାଇଥିଲା । ସେଗୁଡିକ ହେଲା ୨୧୦ ରୁ ୨୪୦ ଟନ୍ ପିଛା ଭଡା ଦିଆଯାଉ । ପ୍ରତି ସପ୍ତାହରେ ଭଡା ଦିଆଯାଉ, ସଂଘର ୫୦ ପ୍ରତିଶତ ଗାଡି କାର୍ଯ୍ୟରେ ନିୟୋଜିତ କରାଯାଉ । ବିଧାୟକଙ୍କ ଅଧ୍ୟକ୍ଷତାରେ ନିଷ୍ପତ୍ତି ନିଆଗଲା କି ପନ୍ଦର ଦିନରେ ଥରେ ଭଡା ଦିଆଯିବ ଓ ଟନ୍ ପିଛା ୨୦୦ ଟଙ୍କା ଦିଆଯିବ । ସଂଘର ୫୦% ଗାଡି କାରଖାନାରେ ଲାଗିବ । ସଂଘର ସଭାପତି ଅଶୋକ ପଟ୍ଟନାୟକ ସାମ୍ବାଦିକ ସମ୍ମିଳନୀରେ କହିଥିଲେ କି, ଏହି ନିଷ୍ପତ୍ତିକୁ ସଙ୍ଘ ତରଫରୁ ସ୍ୱାଗତ କରୁଛୁ । ଏହି ସାମ୍ବାଦିକ ସମ୍ମିଳନୀକୁ ସମ୍ପାଦକ ଅବନୀ ରଞ୍ଜନ ଷଡ଼ଙ୍ଗୀ ପରିଚାଳନା କରିଥିଲେ ।