ଲାୟନ୍ସ କ୍ଲବ ଥୁଆପାଲି ଓ ଝରାପାଲି ମାର୍କେଟ ତରଫରୁ ଥଣ୍ଡା ପାନୀୟ ଜଳ ପ୍ରକଳ୍ପ ଉଦଘାଟିତ

ବରଗଡ଼, (ନିରୋଜ କୁମାର ପାଣୀ) : ବରଗଡ ଜିଲ୍ଲା ଭେଡେନ ବ୍ଲକ ଅନ୍ତର୍ଗତ ସଂକ୍ରିଡା ପଞ୍ଚାୟତ ଝରାପାଲି ଗ୍ରାମ ଠାରେ ଲାୟନ୍ସ କ୍ଲବ ଥୁଆପାଲି ଓ ଝରାପାଲି ମାର୍କେଟ ତରଫରୁ ଏକ ଥଣ୍ଡା ପାନୀୟ ଜଳ ପ୍ରକଳ୍ପ ପ୍ରଦାନ କରାଯାଇଛି । ଏହି ପ୍ରକଲ୍ପରେ ଅଶୋକ ଜଲାନ ଫାଉଣ୍ଡେସନ ପକ୍ଷରୁ ଫ୍ରିଜର ମେସିନ ସହଯୋଗ କରିଥିବା ବେଳେ ତରଣୀସେନ ମେହେର ଘର ନିର୍ମାଣରେ ସହଯୋଗ କରିଥିଲେ ଓ ଲିଓ କ୍ଲବର ସଦସ୍ୟମାନେ ଉପସ୍ଥିତ ଥିଲେ ଓ ଏହା ସହିତ ଝରାପାଲି ଗ୍ରାମର ବହୁ ମାନ୍ୟଗଣ୍ୟ ବ୍ୟକ୍ତି ପ୍ରମୁଖ ଉପସ୍ଥିତ ଥିଲେ । ପରିଶେଷରେ ଝରାପାଲି ଗ୍ରାମର ସୁବ୍ରତ ଚାନ୍ଦ ଧନ୍ୟବାଦ ଅର୍ପଣ କରିଥିଲେ ।

Leave A Reply

Your email address will not be published.