ଡିଜିଟାଲ ଆର୍ଥିକ ସାକ୍ଷରତା ସପ୍ତାହ ପାଳନ

ବରଗଡ଼, (ସତ୍ୟନାରାୟଣ ପ୍ରଧାନ) : ବରଗଡ଼ ଜ଼ିଲ୍ଲା ସରଳା ଗ୍ରାମ ଠାରେ ଭାରତୀୟ ଷ୍ଟେଟ ବ୍ୟାଙ୍କ ଆନୁକୂଲ୍ୟରେ ଡିଜିଟାଲ ଆର୍ଥିକ ସ୍ଵାକ୍ଷରତା ସପ୍ତାହ ଅନୁଷ୍ଠିତ ହୋଇଯାଇଛି । ଆଜିକାରର କାର୍ୟ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ଭାରତୀୟ ଷ୍ଟେଟ ବ୍ୟାଙ୍କ ମୁଖ୍ୟ ପ୍ରବନ୍ଧକ ଚିତ୍ତରଞ୍ଜନ ପାତ୍ର । ଅନ୍ୟ ମାନଙ୍କ ମଧ୍ୟରେ ଅନିରୁଦ୍ଧ ବେହେରା ଅତିରିକ୍ତ କୃଷି ଅଧିକାରୀ, ସୁବୋଧ କୁମାର ସାହୁ ପରାମର୍ଶଦାତା ଯୋଗଦାନ କରିଥିଲେ । ଆଜିକାର କାର୍ୟ୍ୟକ୍ରମକୁ ଚନ୍ଦ୍ରଶେଖର ଦାସ, ଶାଖା ପରିଚାଳକ ଭାରତୀୟ ଷ୍ଟେଟ ବ୍ୟାଙ୍କ ପରିଚାଳନା କରିଥିବା ବେଳେ ମଧ୍ୟ ପରିଶେଷରେ ଧନ୍ୟବାଦ ଅର୍ପଣ ମଧ୍ୟ କରିଥିଲେ । ଏହି ଅବସରରେ ଚଉଦ ଟି ବିଭିନ୍ନ ଗ୍ରାମରୁ ଆସିଥିବା ସ୍ୱୟଂ ସହାୟକ ଗୋଷ୍ଠୀଙ୍କୁ ଋଣ ପ୍ରଦାନ କରାଯାଇଥିଲା । ଗ୍ରାମରରେ ବହୁ ସଂଖ୍ୟାରେ ସ୍ୱୟଂ ସହାୟକ ଗୋଷ୍ଠୀର ମହିଳାମାନେ ଯୋଗଦାନ କରିଥିଲେ ।

Leave A Reply

Your email address will not be published.