jayashree

ବିଶ୍ୱ ପରିବେଶ ଦିବସ ପାଳନ

  • ଜଙ୍ଗଲ ସୁରକ୍ଷା ଆମ ସମସ୍ତଙ୍କ ଦାୟିତ୍ୱ ଓ କର୍ତ୍ତଵ୍ୟ; ଜିଲ୍ଲାପାଳ

ସୁବର୍ଣ୍ଣପୁର, (ରାଜ କିଶୋର ତ୍ରିପାଠୀ) : ସୁବର୍ଣ୍ଣପୁର ଜିଲ୍ଲା ବନଖଣ୍ଡ ବିଭାଗ ପକ୍ଷରୁ ସ୍ଥାନୀୟ ବନଖଣ୍ଡ କାର୍ଯ୍ୟାଳୟ ସ୍ଥିତ ସଭାଗୃହ ଠାରେ ବିଶ୍ୱ ପରିବେଶ ଦିବସ ପାଳିତ ହୋଇଯାଇଛି । ଜିଲ୍ଲା ବନଖଣ୍ଡ ଅଧିକାରୀ ଅଜିତ ବିଶିଙ୍କ ପୌରହିତ୍ୟରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଜିଲ୍ଳାପାଳ ଡ. ନୃପରାଜ ସାହୁ ମୁଖ୍ୟଅତିଥି ଭାବେ ଯୋଗ ଦେଇଥିବା ବେଳେ ସାମାଜିକ କର୍ମୀ ଗୋବିନ୍ଦ ମହାରଣା, ଏସିଏଫ୍ ଗିରିଧାରୀ ନାଗ, ଏସିଏଫ୍ ଅଭିନାଶ ବରିହା ପ୍ରମୁଖ ଯୋଗ ଦେଇଥିଲେ । ଏହି ଅବସରରେ “ଜଳବାୟୁ କାର୍ଯ୍ୟ” ଶୀର୍ଷକ ବିଷୟ ଉପରେ ଆଲୋଚନା କରାଯାଇଥିଲା । ପରିବେଶକୁ ସୁସ୍ଥ ରଖିବାକୁ ହେଲେ ଜଙ୍ଗଲ ସୁରକ୍ଷା ସହ ବନ୍ୟଜନ୍ତୁଙ୍କ ସୁରକ୍ଷା ଅପରିହାର୍ଯ୍ୟ । ଏଣୁ ଜଙ୍ଗଲ ସୁରକ୍ଷା ସମସ୍ତଙ୍କ ନୈତିକ ଦାୟିତ୍ୱ ହେବା ଉଚିତ୍ ବୋଲି ଏହି ଅବସରରେ ମତ ପ୍ରକାଶ ପାଇଥିଲା । ବିଷୟବସ୍ତୁ ବିଶେଷଜ୍ଞ ପ୍ରକାଶ ସାହୁ ସଭା ସଂଯୋଜନା କରିଥିବା ବେଳେ ସୋନପୁର ରେଞ୍ଜର ସୁବାସ ଚନ୍ଦ୍ର ମହାପାତ୍ର ଧନ୍ୟବାଦ୍ ଅର୍ପଣ କରିଥିଲେ । ଏହି ଅବସରରେ ବିନିକା ବ୍ଲକ୍ ଫବସି ଗାଁର ଅଖୁଜ କୁମାର ଷାଣ୍ଡ, ବୀରମହାରାଜପୁର ବ୍ଲକ ଗୋବିନ୍ଦପୁର ଗ୍ରାମର ପ୍ରଫୁଲ୍ଲ ସାହୁ, ଡୁଙ୍ଗୁରିପାଲି ବ୍ଲକ ଗଜବନ୍ଦ ଗ୍ରାମର ଯୁଧିଷ୍ଟିର ରଣା, ସୋନପୁର ବ୍ଲକ୍ କୀର୍ତ୍ତିପୁର ଗ୍ରାମର ଗଜାନନ ସାଥୁଆ, ଉଲଣ୍ଡା ବ୍ଲକ୍ ଖଜୁରିଆପାଲି ଗ୍ରାମର ସୁନୀତା ଗୌଡ ଓ ତରଭା ବ୍ଲକ୍ ପୋଲବନ୍ଧ ଗ୍ରାମର ଗିରିଧାରୀ ଭୋଇ ପ୍ରମୁଖଙ୍କୁ ପ୍ରକୃତି ବନ୍ଧୁ ପୁରସ୍କାର ଦିଆଯାଇଥିଲା । ସେହିପରି ବୀରମହାରାଜପୁର ବ୍ଲକର ପିତାମହୁଲ ଗ୍ରାମର ସରକାରୀ ୟୁଜିଏଚସି ବିଦ୍ୟାଳୟ, ଡୁଙ୍ଗୁରିପାଲି ବ୍ଲକ୍ ମାୟାବରାହା ପଞ୍ଚାୟତ ହାଇସ୍କୁଲ୍ , ସୋନପୁର ବ୍ଲକ ବାଲପୁର୍ ନେତାଜୀ ପାଠାଗାର, ବିନିକା ବ୍ଲକ ବିଶାଲପାଲି ସରକାରୀ ୟୁପି ସ୍କୁଲ ଓ ତରଭା ମାହେଶ୍ୱରୀ କ୍ଲବକୁ ପ୍ରକୃତି ମିତ୍ର ପୁରଷ୍କାର ଦିଆଯାଇଥିଲା । ଏହି ଅବସରରେ ଜିଲ୍ଲା ବନ ବିଭାଗର ସମସ୍ତ ରେଞ୍ଜର, ଫରେଷ୍ଟର୍ ଓ ଅନ୍ୟାନ୍ୟ କର୍ମଚାରୀ ପ୍ରମୁଖ ଉପସ୍ଥିତ ଥିଲେ ।

Leave A Reply

Your email address will not be published.