jayashree

ସାଂସଦ ପ୍ରଦୀପ ପୁରୋହିତଙ୍କୁ ଏନ୍ୟୁମେରେସନ ଫର୍ମ ପ୍ରଦାନ

ପଦ୍ମପୁର, (ନିରୋଜ କୁମାର ପାଣୀ) : ଆସନ୍ତା ଜନଗଣନା ଓ ଭୋଟର ତଥ୍ୟ ସଂଗ୍ରହ ପ୍ରକ୍ରିୟାକୁ ସୁଚାରୁ ଭାବେ ସମ୍ପନ୍ନ କରିବା ଲକ୍ଷ୍ୟରେ ବରଗଡ ସାଂସଦ ପ୍ରଦୀପ ପୁରୋହିତଙ୍କୁ ତାଙ୍କ ବାସଭବନରେ ଏନ୍ୟୁମେରେସନ ଫର୍ମ ପ୍ରଦାନ କରାଯାଇଛି । ପାଇକମାଲ ବ୍ଲକ ପ୍ରଶାସନ ପକ୍ଷରୁ ଏହି କାର୍ଯ୍ୟକ୍ରମ ସମ୍ପନ୍ନ ହୋଇଥିବା ଜଣାପଡ଼ିଛି । ଏହି ଅବସରରେ ପାଇକମାଲ ବିଡିଓ ପ୍ରଫୁଲ୍ଲ କୁମାର ଓଡ୍ଡୁଙ୍କ ନେତୃତ୍ୱରେ ସମ୍ପୃକ୍ତ କର୍ମଚାରୀମାନେ ସାଂସଦଙ୍କ ବାସଭବନରେ ପହଞ୍ଚି ଫର୍ମ ପ୍ରଦାନ କରିଥିଲେ । କାର୍ଯ୍ୟକ୍ରମରେ ଜିପିଡିଓ, ବିଏଲ୍‌ଓ ଓ ବିଏଲଓ ସୁପରଭାଇଜର ଉପସ୍ଥିତ ରହି ଏନ୍ୟୁମେରେସନ ସମ୍ବନ୍ଧୀୟ ଆବଶ୍ୟକ ସୂଚନା ଓ ପ୍ରକ୍ରିୟା ବିଷୟରେ ଅବଗତ କରାଇଥିଲେ । ସରକାରଙ୍କ ନିର୍ଦ୍ଦେଶ ଅନୁଯାୟୀ ଘରେ ଘରେ ପହଞ୍ଚି ତଥ୍ୟ ସଂଗ୍ରହ ଓ ଏନ୍ୟୁମେରେସନ ଫର୍ମ ବଣ୍ଟନ କାର୍ଯ୍ୟ ଚାଲିଥିବା ବେଳେ ଜନପ୍ରତିନିଧି ମାନଙ୍କୁ ମଧ୍ୟ ଏହି ଫର୍ମ ପ୍ରଦାନ କରାଯାଉଛି । ସଠିକ୍ ଓ ନିର୍ଭୁଲ ତଥ୍ୟ ସଂଗ୍ରହ ଦ୍ୱାରା ପ୍ରଶାସନିକ ଯୋଜନା ପ୍ରସ୍ତୁତି ଏବଂ ବିକାଶମୂଳକ କାର୍ଯ୍ୟରେ ସହାୟକ ହେବ ବୋଲି ଅଧିକାରୀମାନେ ମତ ପ୍ରକାଶ କରିଛନ୍ତି । ସାଂସଦ ଶ୍ରୀ ପୁରୋହିତ ମଧ୍ୟ ଏହି ପଦକ୍ଷେପକୁ ସ୍ୱାଗତ କରିବା ସହ ଜନସାଧାରଣଙ୍କୁ ସଠିକ୍ ତଥ୍ୟ ପ୍ରଦାନ କରି ପ୍ରଶାସନକୁ ସହଯୋଗ କରିବାକୁ ଆହ୍ୱାନ ଜଣାଇଥିବା ସୂଚନା ମିଳିଛି । ଏହି କାର୍ଯ୍ୟକ୍ରମ ପାଇକମାଲ ଅଞ୍ଚଳରେ ଚାଲିଥିବା ଏନ୍ୟୁମେରେସନ ପ୍ରକ୍ରିୟାକୁ ଆହୁରି ଗତିଶୀଳ କରିବ ବୋଲି ଆଶା କରାଯାଉଛି ।

Leave A Reply

Your email address will not be published.