
ବଲାଙ୍ଗିର, (କେପିଏନ୍ଏସ୍) : ‘ରଜନୀ କି ବାରାତ’ର ସହପ୍ରଯୋଜକ ବଲାଙ୍ଗିର ମାଟିରେ ଜନ୍ମିତ ଅଂଶୁମାନ ପଣ୍ଡା । ଅଂଶୁମାନ ପଣ୍ଡା ହେଉଛନ୍ତି ବଲାଙ୍ଗିରର ପୂର୍ବତନ ଡିଆଇପିଆର୍ଓ ତଥା ଓଡ଼ିଶା ସୂଚନା ଓ ଲୋକସଂପର୍କ ବିଭାଗର ଅବସରପ୍ରାପ୍ତ ନିର୍ଦ୍ଦେଶକ ଏବଂ ବିଶିଷ୍ଟ ଐତିହାସିକ ତଥା କବି ଶଶାଙ୍କ ପଣ୍ଡାଙ୍କ ସୁପୁତ୍ର । ଦୀର୍ଘ ୧୫ ବର୍ଷରୁ ଅଧିକ ସମୟ ହେବ ଯୁକ୍ତରାଷ୍ଟ୍ର ଆମେରିକାରେ ଅବସ୍ଥାପିତ ଅଛନ୍ତି ଅଂଶୁମାନ । ସେ ବର୍ତ୍ତମାନ ବ୍ୟାଙ୍କ ଅଫ୍ ଆମେରିକାର ବରିଷ୍ଠ ଉପାଧ୍ୟକ୍ଷ ଅଛନ୍ତି । ଅଂଶୁମାନ ନ୍ୟୁୟର୍କ ଫେସନ୍ ସପ୍ତାହରେ ସମ୍ବଲପୁରୀ ପୋଷାକରେ ୱାକ୍ କରିଛନ୍ତି । ଜଣେ ମଡେଲ୍ ଭାବରେ ତାଙ୍କର ସୁନାମ ରହିଛି । ଏଥିରୁ ସେ ଚଳଚ୍ଚିତ୍ର ପ୍ରତି ଆକର୍ଷିତ ହୋଇଛନ୍ତି । ‘ରଜନୀ କି ବାରାତ’ ଫିଲ୍ମ ଦେଶର ବିଭିନ୍ନ ସ୍ଥାନରେ ପ୍ରଶଂସିତ ହେଉଥିବା ବେଳେ କିଛିଦିନ ପୂର୍ବରୁ ଏହା ସମ୍ବଲପୁରରେ ରିଲିଜ୍ ହୋଇଥିଲା ।