
ଟିଟିଲାଗଡ, (ସଞ୍ଜୟ କୁମାର ନାୟକ) : ଲାୟନ୍ସ କ୍ଲବ ତରଫରୁ ବର୍ଷ ତମାମ ସାମାଜିକ କାର୍ଯ୍ୟକ୍ରମ କରାଯାଇଥାଏ । ପ୍ରତିବର୍ଷ ଭଳି ଚଳିତ ବର୍ଷ ମଧ୍ୟ ଟିଟିଲାଗଡ ଲାୟନ୍ସ କ୍ଲବ ତରଫରୁ ସାହାରା ଅଫିସ ନିକଟରେ ସଭାପତି ଲାୟନ ସଞ୍ଜୟ ସୋନିଙ୍କ ସଭାପତିତ୍ୱରେ ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ସବୁଜ ଟିଟିଲାଗଡ଼ ଅଭିଯାନ ଅନ୍ତର୍ଗତ “ସବୁଜ ଚିନ୍ତା କରନ୍ତୁ, ସବୁଜ ଜୀବନ ବଞ୍ଚନ୍ତୁ” ବୋଲି ସ୍ଲୋଗାନ ଦିଆଯାଇଛି । ବିଶ୍ୱ ପରିବେଶ ଦିବସ ଅବସରରେ ଲାୟନ୍ସ କ୍ଲବ ଟିଟିଲାଗଡ଼ ଦ୍ୱାରା ୧୧୦୦ଟି ଚାରା ରୋପଣ କରାଯିବା ନେଇ ପଦକ୍ଷେପ ଗ୍ରହଣ କରାଯାଇଛି । ଆମେ ସମସ୍ତେ ମିଳିମିଶି ଟିଟିଲାଗଡ଼କୁ ଆଗାମୀ ପିଢ଼ି ପାଇଁ ଅଧିକ ସବୁଜ ଓ ସ୍ୱାସ୍ଥ୍ୟକର କରିବା ସେଥି ପାଇଁ ଏହି ଚେଷ୍ଟା ବୋଲି ସଭାପତି ଲାୟନ୍ ସଞ୍ଜୟ ସୋନି କହିଥିଲେ । ଏହି ଅବସରରେ କ୍ଲବର ସମ୍ପାଦକ ଲାୟନ୍ ପଙ୍କଜ କୁମାର ନାମଦେବ, କୋଷାଧ୍ୟକ୍ଷ ଲାୟନ୍ ବିନୟ କୁମାର ଜୈନ, ପ୍ରକଳ୍ପ ନିର୍ଦ୍ଦେଶକ ଲାୟନ୍ ଇଶ୍ୱର ଚନ୍ଦ୍ର ଜୈନ, ସହ-ପ୍ରକଳ୍ପ ନିର୍ଦ୍ଦେଶକ ଲାୟନ୍ ସୁଜିତ ଚୌଧୁରୀ, ପୂର୍ବତନ ସଭାପତି ଲିଙ୍ଗରାଜ ସାହୁ, କ୍ଷୀରସିନ୍ଧୁ ଦର୍ଜୀ, ଗୀତାଞ୍ଜଳି ମହାରଣା, ଅଜିତ ଚାନ୍ଦ ପାତ୍ର, ଅସୀମ କୁଣ୍ଡୁ, ଆବାସ ଖାଁ, ଅଙ୍କିତ ଲାଠ, ଶୈଳେଶ ଗୋଏଲ, ମୁସ୍କାନ୍ ଗୋଏଲ, ବିକାଶ ଜୈନ, ଗଙ୍ଗାଧର ଶର୍ମା, ଆକାଶ ଜୈନ, ଶ୍ରୀରାମ ଅଗ୍ରୱାଲଙ୍କ ସମେତ ଅନ୍ୟ ସଦସ୍ୟମାନେ ପରିଚାଳନା କରିବାରେ ସହଯୋଗ କରିଥିଲେ । ଏହି ଅବସରରେ କ୍ଲବ ତରଫରୁ ସଦସ୍ୟମାନେ ଏକ ଶପଥ ଗ୍ରହଣ କରିଥିଲେ, ତାହା ହେଲା “ଆଜି ଗୋଟିଏ ଗଛ ଲଗାନ୍ତୁ, ଆସନ୍ତାକାଲିକୁ ଅଧିକ ସୁନ୍ଦର କରନ୍ତୁ ।