jayashree

ଏବିଇଓ ପୂର୍ଣ୍ଣଚନ୍ଦ୍ର ପଣ୍ଡାଙ୍କୁ ଅବସର କାଳୀନ ସମ୍ବର୍ଦ୍ଧନା

ଜୟପାଟଣା, (ଶେଷଦେବ ବେହେରା) : ଜୟପାଟଣା ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟ ପରିସରରେ ଏବିଇଓ ପୂର୍ଣ୍ଣଚନ୍ଦ୍ର ପଣ୍ଡାଙ୍କୁ ଏକ ଭବ୍ୟ ସମାରୋହ ମଧ୍ୟରେ ଅବସର କାଳୀନ ସମ୍ବର୍ଦ୍ଧନା ଦିଆଯାଇଛି । ଆୟୋଜିତ ସମାରୋହରେ ଗୋଷ୍ଠୀ ଶିକ୍ଷା ଅଧିକାରୀ ମହେଶ ଭାଟି ଅଧ୍ୟକ୍ଷତା କରିଥିବା ବେଳେ ଅବସର ପ୍ରାପ୍ତ ବିଇଓ ପ୍ରେମ ନାରାୟଣ ପଣ୍ଡା, ଏବିଇଓ ତୋଫାନ ମାଝୀ, ଏବିଇଓ ମାଧବ ଚନ୍ଦ୍ର ପଣ୍ଡା, ଅବସର ପ୍ରାପ୍ତ ବିଆର୍‌ସିସି ସୁରେନ୍ଦ୍ର ମୋହନ ଯୋଶୀ, ବିଶ୍ଵନାଥ ପାଢ଼ୀ, ସାମ୍ବାଦିକ ଅର୍ଜୁନ ପଟ୍ଟନାୟକ, ବରିଷ୍ଠ ଶିକ୍ଷକ ପ୍ରମୋଦ ଠାକୁର, ଲଳିତ କୁମାର ନାଏକ ପ୍ରମୁଖ ମଞ୍ଚାସୀନ ଥିଲେ । ବିଭିନ୍ନ ପ୍ରତିଭାର ସହ କଳାହାଣ୍ଡି ଜିଲ୍ଲାର ଜଣେ ଜଣାଶୁଣା ନାଟ୍ୟକାର, ସଙ୍ଗୀତଜ୍ଞ, ଉଦ୍‌ଘୋଷକ, ସୁସଂଗଠକ ଭାବରେ ନିଜର ପରିଚୟକୁ ଦୃଢ଼ କରିଥିବା ଶ୍ରୀ ପଣ୍ଡା ଜଣେ ନିଷ୍ଠାପର ଶିକ୍ଷକ ଭାବରେ ଅତିଥିମାନେ ମତବ୍ୟକ୍ତ କରିଥଲେ । ସମ୍ବର୍ଦ୍ଧନା ସଭାରେ ଶ୍ରୀ ପଣ୍ଡାଙ୍କ ସମସ୍ତ ପରିବାର ଉପସ୍ଥିତ ଥିଲେ । କାର୍ଯ୍ୟକ୍ରମକୁ ସମସ୍ତ ସିଆର୍‌ସିସି ପରିଚାଳନା କରିଥିବା ବେଳେ ସିଦ୍ଧାର୍ଥ ମିଶ୍ର ମଞ୍ଚ ପରିଚାଳନା କରିଥଲେ ।

Leave A Reply

Your email address will not be published.