jayashree

ଓଡ଼ିଶା କଳିଙ୍ଗ ଉତ୍କଳ ହେମାଳୀ ମହାସଂଘର ସାମ୍ବାଦିକ ସମ୍ମିଳନୀ

ଅତାବିରା, (ମୋହନ ସାହୁ) : ବରଗଡ଼ ଜିଲ୍ଲା ଅନ୍ତର୍ଗତ ଗୋଡ଼ଭଗାରେ ଓଡ଼ିଶା କଳିଙ୍ଗ ଉତ୍କଳ ହେମାଳୀ ମହାସଂଘର ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । ଶ୍ରମିକମାନଙ୍କୁ ସରକାରଙ୍କ ଦ୍ୱାରା ମିଳୁଥିବା ସୁବିଧାରୁ ବଞ୍ଚିତ ହେଉଥିବାର ଅଭିଯୋଗ, ଠିକାଦାରଙ୍କ ଦ୍ୱାରା ଶୋଷଣ ହେଉଥିବା ଏପରି ବିଭିନ୍ନ ଦାବି ରହିଛି । ସାମ୍ବାଦିକ ସମ୍ମିଳନୀ ସରିବା ପରେ ସମସ୍ତେ ବରଗଡ଼ ଜିଲ୍ଲା ଯୋଗାଣ ଅଧିକାରୀଙ୍କ କାର୍ଯ୍ୟାଳୟ ଘେରିଥିଲେ । ଅଧିକାରୀଙ୍କୁ ବାରମ୍ବାର ଲିଖିତ ଅଭିଯୋଗ କରୁଥିଲେ ମଧ୍ୟ ପ୍ରଶାସନ ନିରବ ଥିବାରୁ ବିଭାଗୀୟ ଅଧିକାରୀଙ୍କୁ ଜଣାଇଥିଲେ । ଯଦି ଆସନ୍ତା ୮ ତାରିଖ ମଧ୍ୟରେ ସମାଧାନ ପୂରଣ ନହେଲେ ସମସ୍ତ ୧୩୦୦୦ ହେମାଳୀ ପରିବାର ଆସନ୍ତା ୮ ତାରିଖରେ ରାଜରାସ୍ତାକୁ ଓହ୍ଲେଇବା ପାଇଁ ବିଭାଗୀୟ ଅଧିକାରୀଙ୍କୁ ଦାବିପତ୍ର ଦେଇଥିଲେ ।

Leave A Reply

Your email address will not be published.