
ରାଉରକେଲା, (ସସ୍ମିତା ପ୍ରଧାନ) : ଭାରତୀୟ ବାରିକ ସମାଜର ରାଉରକେଲା ଶାଖା ସଭାପତି ବିପିନ ଶର୍ମାଙ୍କ ନେତୃତ୍ୱରେ ଏକ ସାମାଜିକ ସେବା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଟିମ୍ବର କଲୋନୀ ସ୍ଥିତ ଶାନ୍ତି ଭବନ ଠାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ସମାଜର ସର୍ବଭାରତୀୟ ଅଧ୍ୟକ୍ଷ ଅମରେଶ ଠାକୁର ମୁଖ୍ୟଅତିଥି, ସମ୍ମାନିତ ଅତିଥି ଭାବେ ରାମ ପୁକାର ଠାକୁର, ଲଲନ ଠାକୁର, ସାମାଜିକ କର୍ମୀ ସାକି ରାଜା ଓ ମୁକ୍ତାର ଆଲାମ, ଶ୍ରୀମତୀ ଶିଲା ଦେବୀ ପ୍ରମୁଖ ଯୋଗଦେଇ ଏଭଳି ସାମାଜିକ କାର୍ଯ୍ୟକ୍ରମକୁ ପ୍ରଶଂସା କରିବା ସହ ଏହା ଅନ୍ୟମାନଙ୍କ ପାଇଁ ଉଦାହରଣ ହେବ ବୋଲି ମତ ରଖିଥିଲେ । ଅନୁଷ୍ଠାନ ତରଫରୁ କେନ୍ଦ୍ର ଅଧ୍ୟକ୍ଷ ଶ୍ରୀ ଠାକୁର ଓ ରାଉରକେଲା ଶାଖା ସଭାପତି ଶ୍ରୀ ଶର୍ମା ଏହିପରି କାର୍ଯ୍ୟକ୍ରମ ସହ ରକ୍ତଦାନ ଶିବିର ମଧ୍ୟ ଆଗକୁ ଜାରି ରହିବ ବୋଲି ମତ ରଖିଥିଲେ । ଏହି ଅବସରରେ ରାଉରକେଲା ଶାଖା ତରଫରୁ ସମସ୍ତ ଅତିଥିଙ୍କୁ ସମ୍ମାନିତ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ଶାନ୍ତି ଭବନର ପ୍ରାୟ ୨୦୦ ମହିଳା ପୁରୁଷ ଅନ୍ତେବାସୀଙ୍କର ଚୁଳ, ଦାଢି, ନଖ କଟା ଯାଇଥିଲା । ସମସ୍ତ ଅନ୍ତେବାସୀଙ୍କ ପାଇଁ ବାରିକ ସମାଜ ପକ୍ଷରୁ ମଧ୍ୟାହ୍ନ ଭୋଜନର ବ୍ୟବସ୍ଥା କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ସମାଜର ସମ୍ପାଦକ କାମତା ଠାକୁର, କୋଷାଧ୍ୟକ୍ଷ ସିୟାରାମ ଠାକୁର, ଅରବିନ୍ଦ ଠାକୁର, ସମୀର ପରମାଣିକ, ସଞ୍ଜିତ ଠାକୁର, ରମେଶ ଠାକୁର, ସୁଦର୍ଶନ ଠାକୁର, ବବିତା ଭଗତ, ସରିତା ମାଲକାର, ଦୀପା ଶର୍ମା, ମିଥଲେସ ଠାକୁର, ଚୁନୁ ଠାକୁର, ଆର୍ଯ୍ୟାନ ଶର୍ମା, ପ୍ରିଶା ଶର୍ମା ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ । ଏହି ଅବସରରେ ଶାନ୍ତି ଭବନର ସିଷ୍ଟର ଯୋସିକା ମେରୀ, ସିଷ୍ଟର ଲିଓ ଯୋଶ, ସିଷ୍ଟର ଅରବିନ ପ୍ରମୁଖ ଉପସ୍ଥିତ ଥିଲେ । ଶେଷରେ କାର୍ଯ୍ୟକ୍ରମର ସଫଳତା ପାଇଁ ଜାତୀୟ ଅଧ୍ୟକ୍ଷ ଶ୍ରୀ ଠାକୁର ଓ ରାଉରକେଲା ଅଧ୍ୟକ୍ଷ ଶ୍ରୀ ଶର୍ମା ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।