jayashree

ନାରେନ୍‌ ଠାରେ ବିଶ୍ୱ ସାଇକେଲ ଦିବସ ପାଳିତ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଟିଟିଲାଗଡ ବ୍ଲକ ନାରେନ ପଞ୍ଚାୟତ ଠାରେ ବିଶ୍ୱ ସାଇକେଲ ଦିବସ ପାଳିତ ହୋଇଯାଇଛି । ସକାଳୁ ସାଇକେଲ ରେଲି ଏବଂ ସଭା କାର୍ଯ୍ୟ ଅନୁଷ୍ଠିତ ହୋଇଥିବା ବେଳେ କାର୍ଯ୍ୟକ୍ରମକୁ ଭାରତ ସରକାରଙ୍କ ମେରା ଯୁବା ଭାରତ ଆୟୋଜନ କରିଥିଲେ । ମା’ ବୀଣାପାଣି ପାଠାଗାର, ଆଦର୍ଶ ସାଂସ୍କୃତିକ ସଂଘ ଏବଂ ବାବା ସେହେବ ଯୁବ କ୍ଲବ, ନାରେନ ସ୍ୱୟଂ ସହାୟକ ଗୋଷ୍ଠୀ, ସିୱାଇଏସ୍‌ଡି,ସିଆର୍‌ପି ଯମୁନା ପ୍ରଧାନୀ ଓ ଟଙ୍କଧର ବଗର୍ତ୍ତି ପ୍ରମୁଖ ଉକ୍ତ କାର୍ଯ୍ୟକ୍ରମକୁ ସହଯୋଗ କରିଥିଲେ । କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ମେରା ଯୁବା ଭାରତର ଧର୍ମପାଳ ରୋଝ ଯୋଗଦାନ କରିଥିବା ବେଳେ ଅବସରପ୍ରାପ୍ତ ଲେଖାପାଳ ବିପିନ ବିହାରି ଜେନା, ଜୋନ ନଂ.୦୮ ର ଜିଲ୍ଲା ପରିଷଦ ସଂଜୟ କୁମାର ବେହେରା, ଜିଲ୍ଲା ଆଦିବାସୀ କଲ୍ୟାଣ ସଂଘ ସଭାପତି ଥବିର ପୁଝାରୀ, ଅବସରପ୍ରାପ୍ତ ଶିକ୍ଷକ ଧନବଳ ବଗର୍ତ୍ତି, କାର୍ଯ୍ୟାଳୟ ସହାୟକ ବଳିଆର ସିଂ ବସ୍ତିଆ, ସନତ ପଟେଲ, ଅଶୋକ ସାହୁ, ଅଶୋକ ରଣା, ଚିତ୍ରସେନ ଭୋଇ, ଡେଜିଙ୍ଗ ରଣା, ଗରୁଡ ସାହୁ, ସରୋଜ ପୁଝାରୀ ପ୍ରମୁଖ ଉପସ୍ଥିତ ଥିଲେ । ଶେଷରେ ମା’ ବୀଣାପାଣି ପାଠାଗାର ସଭାପତି ମନରଞ୍ଜନ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ ।

Leave A Reply

Your email address will not be published.