
ବଲାଙ୍ଗିର, (କେପିଏନ୍ଏସ୍) : ବଲାଙ୍ଗିର ସହରର ଗାର୍ଡେନଇନ୍ ହୋଟେଲଠାରେ ଅଖିଳ ଭାରତୀୟ ଅଘରିଆ ସମାଜ ଓଡ଼ିଶା ପ୍ରଦେଶର ଏକ ବୈଠକ ରାଜ୍ୟ ସଭାପତି ଦୀନବନ୍ଧୁ ନାଏକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା । ଏହି ବୈଠକରେ ବଲାଙ୍ଗିର ଆଞ୍ଚଳିକ କମିଟି ସଭାପତି, ଗାଙ୍ଗପୁର ଆଞ୍ଚଳିକ କମିଟି ସଭାପତି, ଲଇଡା ଆଞ୍ଚଳିକ କମିଟି ସଭାପତି, ବାମରା ଆଞ୍ଚଳିକ କମିଟି ସଭାପତି ଓ କଳାହାଣ୍ଡି ଆଞ୍ଚଳିକ କମିଟି ସଭାପତି ସମେତ ଅନେକ କର୍ମକର୍ତ୍ତା ଯୋଗଦେଇଥିଲେ । ଏହି ସଭାରେ ଅଘରିଆ ସମାଜର ଏକତା, ସଂସ୍କୃତି, ପରମ୍ପରା ବଜାୟ ରଖିବା ଏବଂ ଅଘରିଆ ସମାଜର ବିଭିନ୍ନ କ୍ଷେତ୍ରରେ ଉନ୍ନତି ପାଇଁ ପଦକ୍ଷେପ ନେବାକୁ ଆଲୋଚନା ହୋଇଥିଲା । ସଭାରେ ରାଜ୍ୟ ସଭାପତି ଦୀନବନ୍ଧୁ ନାଏକ, ବିଶିଷ୍ଟ ସମାଜସେବୀ ରଞ୍ଜନ ପଟେଲ, ଅଖିଳ ଭାରତୀୟ ଅଘରିଆ ସମାଜ ପ୍ରାଦେଶିକ ଟ୍ରଷ୍ଟ ସମ୍ପାଦକ ଦିଲୀପ କୁମାର ପଟେଲ, ବଲାଙ୍ଗିର ଆଞ୍ଚଳିକ କମିଟିର ସଭାପତି ଶୁଭ୍ରାଂଶୁ ଶେଖର ପଟେଲ, ଗାଙ୍ଗପୁର ଆଞ୍ଚଳିକ କମିଟିର ସଭାପତି ଯଶୋବନ୍ତ ନାଏକ, ଲଇଡା ଆଞ୍ଚଳିକ କମିଟିର ସଭାପତି ବିନୟ କୁମାର ଚୈଧୁରୀ, ବାମରା ଆଞ୍ଚଳିକ କମିଟିର ସଭାପତି ଭବାନୀ ଶଙ୍କର ନାଏକ, କଲାହାଣ୍ଡି ଆଞ୍ଚଳିକ କମିଟିର ସଭାପତି ସୁଜନ ଅଘରିଆ, ଲଇଡା ମଣ୍ଡଳ ସମ୍ପାଦକ ସୁଶାନ୍ତ ପଟେଲ, ରାଜ୍ୟ ଯୁବ ସଭାପତି ପୀତବାସ ପଟେଲ ଉପସ୍ଥିତ ରହି ବକ୍ତବ୍ୟ ପ୍ରଦାନ କରିଥିଲେ । ଉକ୍ତ ସଭାରେ ବଲାଙ୍ଗିର ଆଞ୍ଚଳିକ କମିଟିର ଉପଦେଷ୍ଟା ମଣ୍ଡଳୀ, ଚାରି ମଣ୍ଡଳ ସଭାପତି, ଅଠର ଗୁଡ଼ି ସଭାପତି, ମହିଳାମଞ୍ଚ, ଯୁବାମଞ୍ଚ ଓ କୃଷକମଞ୍ଚ ପ୍ରମୁଖ ଯୋଗଦେଇ ସଭାକୁ ସାଫଲ୍ୟ କରିଥିଲେ । ଉକ୍ତ କାର୍ଯ୍ୟକ୍ରମକୁ ବଲାଙ୍ଗିର ଆଞ୍ଚଳିକ କମିଟିର ସାଧାରଣ ସମ୍ପାଦକ ଦିଗାମ୍ବର ନାଏକ ପରିଚାଳନା କରିଥିବା ବେଳେ, ବଲାଙ୍ଗିର ଆଞ୍ଚଳିକ କମିଟିର ଉପସଭାପତି ଲିଲି ପଟେଲ ଧନ୍ୟବାଦ ଅର୍ପଣ କରିଥିଲେ ।