
- ବାଳକ ବର୍ଗରେ ବଲାଙ୍ଗିର ଓ ନୟାଗଡ଼ ଏବଂ ବାଳିକା ବର୍ଗରେ ଦେବଗଡ଼଼ ଓ ନୟାଗଡ଼ ବିଜୟୀ
ବଲାଙ୍ଗିର, (କେପିଏନ୍ଏସ୍) : ଆନ୍ତଃ ଜିଲ୍ଲା ୧୪ ବର୍ଷ ବାଳକ ଓ ବାଳିକା ସିଏମ୍ ଟ୍ରଫି-୨୦୨୬ ଫୁଟବଲ ଚାମ୍ପିୟନସିପ୍ ଗାନ୍ଧୀ ଷ୍ଟାଡ଼ିୟମ, ବଲାଙ୍ଗିର ଠାରେ ତୃତୀୟ ଦିବସ ବାଳକ ବର୍ଗ ପ୍ରଥମ ଖେଳରେ ବଲାଙ୍ଗିର ୩-୦ ଗୋଲରେ ଦେବଗଡ଼କୁ ହରାଇ ବିଜୟୀ ହୋଇଛି । ଅତିଥି ଭାବେ ବଲାଙ୍ଗିର ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ଗୁଣନିଧି ମଲ୍ଲିକ ଓ କ୍ରୀଡ଼ା ସଂସଦର ଉପ-ସଭାପତି ଡ. ପ୍ରହଲ୍ଲାଦ ଶତପଥୀ ଯୋଗ ଦେଇଥିଲେ । ସଂସଦର ଯୁଗ୍ମ ସଂପାଦକ ଶତୃଘ୍ନ ସିଂ, କୋଷାଧ୍ୟକ୍ଷ ହେମନ୍ତ କୁମାର ବେହେରା, ଜିଲ୍ଲା ଶାରୀରିକ ଶିକ୍ଷା ନିରୀକ୍ଷକ ପ୍ରଦୀପ କୁମାର ପାତ୍ର, ଜିଲ୍ଲା କ୍ରୀଡ଼ାଧିକାରୀ ପରାସର ବାଗ, ଫୁଟବଲ ସଂପାଦକ ଶରତ କୁମାର ନନ୍ଦ ଓ ବରିଷ୍ଠ ସଦସ୍ୟ ଡ଼ା. ସିଦେ୍ଧଶ୍ୱର ମିଶ୍ର ମଂଚାସୀନ ଥିଲେ । ଖେଳକୁ ଶୁଭ୍ରଜିତ ସ୍ୱାଇଁ, ପପୁନ ବେହେରା, ମନୋରଞ୍ଜନ ମାଝୀ ଓ ଯୋଗେନ୍ଦ୍ର ପଣ୍ଡା ପରିଚାଳନା କରିଥିଲେ । ଦ୍ୱିତୀୟ ଅପରାହ୍ନରେ ବାଳକ ଖେଳରେ ନୟାଗଡ଼ ୬-୧ ଗୋଲରେ ବୌଦ୍ଧକୁ ହରାଇ ବିଜୟୀ ହୋଇଥିଲା । ବଲାଙ୍ଗିର ଉପଖଣ୍ଡ ଆରକ୍ଷୀ ଅଧିକ୍ଷକ ସରୋଜ କୁମାର ଉପାଧ୍ୟାୟ ଅତିଥି ଭାବେ ଯୋଗ ଦେଇଥିଲେ । କ୍ରୀଡ଼ା ସଂସଦର ଯୁଗ୍ମ ସଂପାଦକ ଶତୃଘ୍ନ ସିଂ, ଜିଲ୍ଲା କ୍ରୀଡ଼ା ଅଧିକାରୀ ପରାସର ବାଗ, ଫୁଟବଲ ସଂପାଦକ ଶରତ କୁମାର ନନ୍ଦ, କ୍ରୀଡ଼ା ସଂପାଦକ ବିଭୂତି ଭୂଷଣ ପଣ୍ଡା ଓ ବରିଷ୍ଠ ସଦସ୍ୟ ଡା. ସିଦେ୍ଧଶ୍ୱର ମିଶ୍ର ମଂଚାସୀନ ଥିଲେ । ଖେଳକୁ ଜିତେନ୍ଦ୍ର ପାତ୍ର, ସଞ୍ଜନ କୁଦେଇ, ସୌରଭ ନାଏକ ଓ ଧନେଶ୍ୱର ସେଠ ପରିଚାଳନା କରିଥିଲେ । ଉଭୟ ବାଳକ ବର୍ଗ ଖେଳରେ ନବୀନ ନାଏକ ମ୍ୟାଚ୍ କମିଶନର ଥିଲେ । ସେହିପରି ପଲ୍ଲିଶ୍ରୀ ଷ୍ଟାଡ଼ିୟମ, ସଦାଇପାଲି ଠାରେ ବାଳିକା ବର୍ଗ ପ୍ରଥମ ଖେଳରେ ଦେବଗଡ଼ ୨-୦ ଗୋଲରେ ବଲାଙ୍ଗିରକୁ ହରାଇ ବିଜୟୀ ହୋଇଛି । ଖେଳକୁ ମଳୟ ଘିଭେଲା, ମାମା ସିଂ, ଗୌରହରି ପୁଟେଲ ଓ ପ୍ରିୟଙ୍କା ବିଶି ପରିଚାଳନା କରିଥିଲେ । ଦ୍ୱିତୀୟ ଅପରାରେହ୍ନ ବାଳିକା ବର୍ଗ ଖେଳରେ ନୟାଗଡ଼ ୩-୦ ଗୋଲରେ ବୌଦ୍ଧକୁ ହରାଇ ବିଜୟୀ ହୋଇଥିଲା । ଓଡ଼ିଶା ଫୁଟବଲ ଏସୋସିଏସନ୍ ତଥା ଜିଲ୍ଲା କ୍ରୀଡ଼ା ସଂସଦ କାର୍ଯ୍ୟକାରୀ ସଭାପତି ଡ଼. ଶ୍ରୀକର ମିଶ୍ରଙ୍କ ତତ୍ୱାବଧାନ ଖେଳରେ କ୍ରୀଡ଼ାବିତ ସୁନିଲ ଚନ୍ଦ୍ର ବିଶ୍ୱାଲ ଓ ଡା. ପ୍ରକାଶ ଦାଶ ଅତିଥି ଭାବେ ଯୋଗ ଦେଇଥିଲେ । ଖେଳକୁ ଶୁଭ୍ରଜିତ ଜେନା, ଅନିତା ମହାନନ୍ଦ, ସୀତା ମାରାଣ୍ଡି ଓ ପପୁନ ବେହେରା ପରିଚାଳନା କରିଥିଲେ । ଉଭୟ ବାଳିକା ଖେଳରେ ସୁରେଶ କୁମାର ଦାଶ ମ୍ୟାଚ୍ କମିଶନର ଦାୟିତ୍ୱ ତୁଳାଇ ଥିଲେ ।