
ବଙ୍ଗୋମୁଣ୍ଡା, (କେପିଏନ୍ଏସ୍) : ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ରେଞ୍ଜ ଅଧିନସ୍ଥ ଗନ୍ଧର୍ଲା ନିକଟ ସାଲେମୁଡୁଗା ଗାଁ ଠାରୁ ବିପୁଳ ପରିମାଣର ସାଗୁଆନ କାଠ ବଙ୍ଗୋମୁଣ୍ଡା ବନ ବିଭାଗ ଜବତ କରିଥିବା ନେଇ ସୂଚନା ମିଳିଛି । ସାଲେମୁଡୁଗା ଗାଁର ବିଭିନ୍ନ ସ୍ଥାନରେ ମାଫିଆମାନେ ସାଗୁଆନ କାଠକୁ ଗଚ୍ଛିତ କରି ରଖିଥିବା ନେଇ ବଙ୍ଗୋମୁଣ୍ଡା ବନ ବିଭାଗ ବିଶ୍ୱସ୍ତ ସୂତ୍ରରୁ ଖବର ପାଇ ଚଢ଼ାଉ କରିଥିଲେ । ଚଢ଼ାଉ କରିବା ପରେ ବିପୁଳ ପରିମାଣରେ ସାଗୁଆନ କାଠ ଜବତ କରାଯାଇଛି । ଜବତ ହୋଇଥିବା କାଠର ମୂଲ୍ୟ ଲକ୍ଷାଧିକ ଟଙ୍କା ହେବ ବୋଲି ଅନୁମାନ କରାଯାଉଛି । ଗାଁର କିଛି ମାଫିଆଙ୍କୁ ଅଟକ ରଖି ପଚରାଉଚରା ଜାରିରଖିଛି । ତେବେ ଦିନକୁ ଦିନ ଏହି ଅଞ୍ଚଳରେ ବିଭିନ୍ନ ମୂଲ୍ୟବାନ ଗଛକୁ କାଟି ଚାଲାଣ କରାଯାଉଥିବା ନେଇ ଅଭିଯୋଗ ହେଉଛି । ତେବେ ବନ ବିଭାଗ ପକ୍ଷରୁ ପେଟ୍ରୋଲିଂ କରି କାଠ ମାଫିଆଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ଦାବି କରିଛନ୍ତି ।