jayashree

ଅଧିକାର ପାଇଁ ଲଢ଼େଇ : ଆମରଣ ଅନଶନରେ କ୍ଷୁଦ୍ର ବ୍ୟବସାୟୀ

ଖପ୍ରାଖୋଲ, (ଅଶୋକ କୁମାର ବାଗ) : ଖପ୍ରାଖୋଲର କ୍ଷୁଦ୍ର ବ୍ୟବସାୟୀମାନଙ୍କ ଦୁଃଖ, ଯନ୍ତ୍ରଣା ଓ ଅସହାୟତା ଏବେ ଚରମ ସୀମାରେ ପହଞ୍ଚିଛି । ଜୀବିକା ହରାଇ ବର୍ଷେରୁ ଅଧିକ ସମୟ ବିତିଯାଇଥିଲେ ମଧ୍ୟ ପୁନଃଥଇଥାନ କିମ୍ବା ବିକଳ୍ପ ବ୍ୟବସ୍ଥା ନ ମିଳିବାରୁ କ୍ଷୋଭ ବଢ଼ିଚାଲିଛି । ନ୍ୟାୟସଙ୍ଗତ ଦାବି ପୂରଣ ଆଶାରେ ବ୍ଲକ ସମ୍ମୁଖରେ ଆରମ୍ଭ ହୋଇଥିବା ଶାନ୍ତିପୂର୍ଣ୍ଣ ଧାରଣା ଏବେ ଆମରଣ ଅନଶନର ରୂପ ନେଇଛି । ପେଟ ପାଟଣା ପାଇଁ ଦିନରାତି ପରିଶ୍ରମ କରୁଥିବା ଏହି କ୍ଷୁଦ୍ର ବ୍ୟବସାୟୀମାନେ ନିଜ ଅଧିକାର ଓ ଜୀବିକାର ସୁରକ୍ଷା ପାଇଁ ରାଜରାସ୍ତାକୁ ଓହ୍ଲାଇବାକୁ ବାଧ୍ୟ ହୋଇଛନ୍ତି । ପ୍ରଶାସନର ନୀରବତା ଓ ଅବହେଳା ବିରୋଧରେ ସେମାନଙ୍କ ଏହି ଆନ୍ଦୋଳନ ଏବେ ଏକ ଜୀବନ-ଜୀବିକାର ଲଢ଼େଇରେ ପରିଣତ ହୋଇଛି । ଥଇଥାନ ନ ମିଳିବା ପର୍ଯ୍ୟନ୍ତ ଆନ୍ଦୋଳନ ଜାରି ରହିବ ବୋଲି ବଣିକ ସଂଘ ପକ୍ଷରୁ ସ୍ପଷ୍ଟ କରାଯାଇଥିବା ବେଳେ, ଏହି ଘଟଣା ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି ।

Leave A Reply

Your email address will not be published.