
ରାଉରକେଲା, (କେପିଏନ୍ଏସ୍) : ରାଉରକେଲା ଅବକାରୀ ଅଧୀକ୍ଷକ ଧନେଶ୍ୱର ବରାଡଙ୍କ ନିର୍ଦେଶ କ୍ରମେ, ରାଉରକେଲା ବିଭାଗ ପକ୍ଷରୁ ବେଦବ୍ୟାସ, ଚି଼କଟମାଟି ଓ ବାଗବୁଡି ଅଞ୍ଚଳରେ ଚଢ଼ାଉ କରି ମୋଟ ୧୧ ଗୋଟି କେଶ ରୁଜୁ କରାଯିବା ସହିତ ମୋଟ ୧୬୬ ଲିଟର ବେଆଇନ ମହୁଲି ମଦ, ୪୫ ଲିଟର ବାହାର ଭାଟି ମହୁଲି ମଦ ଜବତ କରାଯାଇଛି । ୧୧ ଜଣ ଆସାମୀକୁ କୋର୍ଟ ଚାଲାଣ କରାଯାଇଛି । ସେମାନଙ୍କ ନାମ-ରବି ଲୋହାର, ରାଧିକା ଲୋହାର, ଇନ୍ଦୁଆ ବେକ, ରାହୁଲ ସିଂ, ସୁନିତା ବରୁଆ, ମସ୍ତୁ କୁମ୍ଭାର, ସରୋଜିନୀ କିଷାନ, କର୍ମୀ ଲାକ୍ରା, ରାମି ଲାକ୍ରା । ଏହି ଚଢ଼ାଉରେ ଏକ୍କ୍ସସାଇଜ୍ ଇନ୍ନ୍ସପେକ୍କ୍ଟର ମୋହନ ପଧାନ ଓ ଇନ୍ନ୍ସପେକ୍କ୍ଟର ହେମନ୍ତ ମହାନନ୍ଦିଆ, ଏଏସ୍ଆଇ ବିନୋଦିନୀ ବେହେରା, ବିଦୂତ ଭୂଷଣ ଦାଶ, ଆଲୋକ ପ୍ରଧାନ ଓ ଯୁବରାଜ ବାଗ ଓ ଷ୍ଟାଫ୍ଫ-ହେମ ମଞ୍ଜରୀ ବିଶ୍ୱାଳ, ଗୋବର୍ଦ୍ଧନ ବିଶି, ସୌମ୍ୟ ରଞ୍ଜନ ସାହୁ, ଆୟେଶା ମିଂଜ଼, ତ୍ରିଲୋଚନ ପାଢ଼ୀ, ଆକାଶ ପଟେଲ, ନବୀନ ଭୂୟାଁ, ପ୍ରଦୀପ ଲୁଗୁନ, ବବୁଲ ସ୍ୱାଇଁ, ଭିକଟୋରିଆ ଡୁଙ୍ଗଡୁଙ୍ଗ, ଟେରେସା ବାର୍ଲା, ଲିଳିମା ଭୋଇ, ସୂର୍ଯ୍ୟକାନ୍ତ ସ୍ୱାଇଁ, ନିରଞ୍ଜନ ରାଉତ, ଜଗନ୍ନାଥ ମୁଣ୍ଡାରୀ ଆଦି ସାମିଲଥିଲେ ।