
ବଲାଙ୍ଗିର, (କେପିଏନ୍ଏସ୍) : ବଲାଙ୍ଗିରରେ ଚାଲିଛି ବନ୍ଧର ଉନ୍ନତି କାମ । ଆଉ କାମ କେମିତି କ’ଣ ଠିକ୍ ଚାଲିଛି ନା ନାହିଁ, ଏହାର ସମୀକ୍ଷା ପାଇଁ ଖୋଦ୍ ବଲାଙ୍ଗିର ବିଧାୟକ କଳିକେଶ ନାରାୟଣ ସିଂହଦେଓ ପହଂଚିଛନ୍ତି ଓ ବୁଲି ଦେଖିଛନ୍ତି । ସହରର ବେହେରା ପାଲି ବନ୍ଧ, କରଙ୍ଗ। କଟା ବନ୍ଧ, ତାଲପାଲି ବନ୍ଧ, ଲର୍କିପାଲି ବନ୍ଧର ଚାଲିଥିବା କାମର ସ୍ଥିତି ବୁଲି ଦେଖିଛନ୍ତି ବିଧାୟକ ଶ୍ରୀ ସିଂହଦେଓ । କାମ ଗୁଡ଼ିକ ଠିକ୍ଠାକ୍ ଚାଲିଛି ଓ ଖୁବ୍ ଶୀଘ୍ର ସମ୍ପୂର୍ଣ୍ଣ କରାଯିବ ବୋଲି ବିଧାୟକ ଶ୍ରୀ ସିଂହଦେଓ କହିଛନ୍ତି ।