
ବଲାଙ୍ଗିର, (କେପିଏନ୍ଏସ୍) : ବଲାଙ୍ଗିର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସାମ୍ନାରେ ଲମ୍ବା ଲାଇନ୍ । ଲାଇନ୍ ଦେଖିଲେ ମୁଣ୍ଡ ଗୋଳମାଳ ହୋଇଯିବ । ଦର୍ଶକ ବନ୍ଧୁ, କେଉଁଥି ପାଇଁ ଏଇ ଲମ୍ବା ଲାଇନ୍ ଜାଣିଛନ୍ତି ତ ! ମଦ ଦୋକାନ ପାଇଁ । ବଲାଙ୍ଗିର ଜିଲ୍ଲାର ୨୧ ଗୋଟି ଠିପିବନ୍ଦ ବିଦେଶୀ ମଦ ଦୋକାନ ୨୦୨୬-୨୭ ବର୍ଷ ପାଇଁ ବନ୍ଦୋବସ୍ତ ନିମନ୍ତେ ଲଟେରୀ ଉଠାଣ ଚାଲିଛି । ୧୦ଟା ସମୟରେ ବଲାଙ୍ଗିର ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଆରମ୍ଭ ହୋଇଛି ଏହି ପ୍ରକ୍ରିୟା । ବଲାଙ୍ଗିର ଜିଲ୍ଲା ପ୍ରଶାସନର ଅବକାରୀ ବିଭାଗ ପକ୍ଷରୁ ଆୟୋଜିତ ଏହି କାର୍ଯ୍ୟକ୍ରମରେ କେମିତି ଭିଡ଼ ଜମିଛି, ଦେଖିଲେ ଆଶ୍ଚର୍ଯ୍ୟ ହୋଇଯିବେ । ମଦ ଦୋକାନ ଲଟେରୀ ଉଠାଣ ପାଇଁ ଲମ୍ବା ଲାଇନ୍ ।