
- ବାଳକ ବର୍ଗରେ ବୌଦ୍ଧ ଓ ନୟାଗଡ଼, ବାଳିକା ବର୍ଗରେ ଦେବଗଡ଼ ବିଜୟୀ
ବଲାଙ୍ଗିର, (କେପିଏନ୍ଏସ୍) : ଆନ୍ତଃ ଜିଲ୍ଲା ୧୪ ବର୍ଷ ବାଳକ ଓ ବାଳିକା ସିଏମ୍ ଟ୍ରଫି-୨୦୨୬ ଫୁଟବଲ ଚାମ୍ପିୟନସିପ୍ ଗାନ୍ଧୀ ଷ୍ଟାଡ଼ିୟମ, ବଲାଙ୍ଗିର ଓ ପଲ୍ଲିଶ୍ରୀ ଷ୍ଟାଡ଼ିୟମ, ସଦାଇପାଲି ଠାରେ ଉଦ୍ଘାଟିତ ହୋଇଯାଇଛି । ବାଳକ ବର୍ଗ ପ୍ରଥମ ଖେଳରେ ବୌଦ୍ଧ ୪-୧ ଗୋଲରେ ଦେଗଗଡ଼କୁ ହରାଇ ବିଜୟୀ ହେଲା । ବଲାଙ୍ଗିର ଅତିରିକ୍ତ ଜିଲ୍ଲାପାଳ ଡ଼. ବିଜୟାନନ୍ଦ ସେଠୀ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଖେଳକୁ ଉଦ୍ଘାଟନ କରିଥିଲେ । ସମ୍ମାନିତ ଅତିଥି ଭାବେ କ୍ରୀଡ଼ା ସଂସଦର ଉପ-ସଭାପତି କୃଷ୍ଣଚନ୍ଦ୍ର ମିଶ୍ର, ସାଧାରଣ ସଂପାଦକ ହରିନାରାୟଣ ପୂଝାରୀ, ଜିଲ୍ଲା ଶାରୀରିକ ଶିକ୍ଷା ନିରୀକ୍ଷକ ପ୍ରଦୀପ କୁମାର ପାତ୍ର, କୋଷାଧ୍ୟକ୍ଷ ହେମନ୍ତ କୁମାର ବେହେରା, ଫୁଟବଲ ସଂପାଦକ ଶରତ କୁମାର ନନ୍ଦ, କାଉନସିଲ ସଭ୍ୟ ସୁଧୀର ଚନ୍ଦ୍ର ପଣ୍ଡା, ପ୍ରଭାତ କୁମାର ମିଶ୍ର, କ୍ରୀଡ଼ା ସଂପାଦକ ବିଭୂତିଭୂଷଣ ପଣ୍ଡା ଓ ବରିଷ୍ଠ ସଦସ୍ୟ ଡା. ସିଦ୍ଧେଶ୍ଵର ମିଶ୍ର ଯୋଗ ଦେଇଥିଲେ । ଖେଳକୁ ଜିତେନ୍ଦ୍ର ପାତ୍ର, ମଳୟ ଘିଭେଲା, ଯଶୋବନ୍ତ ମାଝୀ ଓ ସଞ୍ଜନ କୁଦେଇ ପରିଚାଳନା କରିଥିଲେ । ଦ୍ୱିତୀୟ ଅପରାହ୍ନ ବାଳକ ଖେଳରେ ନୟାଗଡ଼ ୨-୧ ଗୋଲରେ ବଲାଙ୍ଗିରକୁ ହରାଇ ବିଜୟୀ ହେଲା । ବଲାଙ୍ଗିର ଜିଲ୍ଲା ଶିକ୍ଷା ଅଧିକାରୀ ସୁଧାଂଶୁ ଶେଖର ମିଶ୍ର ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥି ଭାବେ କ୍ରୀଡ଼ା ସଂସଦର ଯୁଗ୍ମ ସଂପାଦକ ଶତୃଘ୍ନ ସିଂ ଓ ସଦସ୍ୟ କୈଳାସ ଚନ୍ଦ୍ର କର୍ତି ଯୋଗ ଦେଇଥିଲେ । ଜିଲ୍ଲା ଶାରୀରିକ ଶିକ୍ଷା ନିରୀକ୍ଷକ ପ୍ରଦୀପ କୁମାର ପାତ୍ର, ଜିଲ୍ଲା କ୍ରୀଡ଼ାଧିକାରୀ ପରାସର ବାଗ, ଫୁଟବଲ ସଂପାଦକ ଶରତ କୁମାର ନନ୍ଦ, କ୍ରୀଡ଼ା ସଂପାଦକ ବିଭୂତି ଭୂଷଣ ପଣ୍ଡା ଓ ବରିଷ୍ଠ ସଦସ୍ୟ ଡା. ସିଦ୍ଧେଶ୍ଵର ମିଶ୍ର ମଂଚାସୀନ ଥିଲେ । ଖେଳକୁ ଶୁଭ୍ରଜିତ ସ୍ୱାଇଁ, ପପୁନ ବେହେରା, ମନୋରଞ୍ଜନ ମାଝୀ ଓ ଗୌରହରୀ ପୁଟେଲ ପରିଚାଳନା କରିଥିଲେ । ଉଭୟ ଖେଳରେ ନବୀନ ନାଏକ ମ୍ୟାଚ୍ କମିଶନର ଦାୟିତ୍ୱ ତୁଳାଇଥିଲେ । ପଲ୍ଲିଶ୍ରୀ ଷ୍ଟାଡ଼ିୟମ, ସଦାଇପାଲି ଠାରେ ବାଳିକା ବର୍ଗ ପ୍ରଥମ ଖେଳରେ ଦେବଗଡ଼ ୯-୦ ଗୋଲରେ ବୌଦ୍ଧକୁ ହରାଇ ବିଜୟୀ ହେଲା । ବଲାଙ୍ଗିର ଅତିରିକ୍ତ ଜିଲ୍ଲାପାଳ ପବିତ୍ର କୁମାର ବେହେରା ମୁଖ୍ୟ ଅତିଥି ଭାବେ ଯୋଗଦେଇ ଖେଳକୁ ଉଦ୍ଘାଟନ କରିଥିଲେ । ସମ୍ମାନିତ ଅତିଥି ଭାବେ ଓଡ଼ିଶା ଫୁଟବଲ ଏସୋସିଏସନ୍ ତଥା ଜିଲ୍ଲା କ୍ରୀଡ଼ା ସଂସଦ କାର୍ଯ୍ୟକାରୀ ସଭାପତି ଡ଼. ଶ୍ରୀକର ମିଶ୍ର, ଜିଲ୍ଲା କ୍ରୀଡ଼ାଧିକାରୀ ପରାସର ବାଗ ଓ କ୍ରୀଡ଼ାବିତ ସୁନିଲ ଚନ୍ଦ୍ର ବିଶ୍ୱାଲ ଯୋଗ ଦେଇଥିଲେ । ଖେଳକୁ ସୀତା ମାରାଣ୍ଡି, ଧନେଶ୍ୱର ସେଠ, ମନୋରଞ୍ଜନ ମାଝୀ ଓ ପ୍ରିୟଙ୍କା ବିଶ୍ୱାଲ ପରିଚାଳନା କରିଥିଲେ । ଦ୍ୱିତୀୟ ଅପରାହ୍ନ ବାଳିକା ବର୍ଗ ଖେଳରେ ବଲାଙ୍ଗିର ବନାମ୍ ନୟାଗଡ଼ ଖେଳ ଡ୍ର ରହିଥିଲା । ଖେଳକୁ ସଞ୍ଜନ କୁଦେଇ, ଅନିତା ମହାନନ୍ଦ, ମାମା ସିଂ ଓ ଧନେଶ୍ୱର ସେଠ ପରିଚାଳନା କରିଥିଲେ । ଉଭୟ ଖେଳରେ ସୁରେଶ କୁମାର ଦାଶ ମ୍ୟାଚ୍ କମିଶନର ଦାୟିତ୍ୱ ତୁଳାଇ ଥିଲେ ।