jayashree

ଲକ୍ଷେଶ୍ୱର ନିର୍ମାଣ ଶ୍ରମିକ ସଂଘର ପ୍ରଥମ ବାର୍ଷିକ ଉତ୍ସବ ଅନୁଷ୍ଠିତ

କଟକ, (କେପିଏନ୍‌ଏସ୍‌) : କଟକ ଜିଲ୍ଲା ଉରାଳୀ ଗ୍ରାମପଞ୍ଚାୟତ ଅନ୍ତର୍ଗତ ସଇନ୍ଧା ଠାରେ ଥିବା ଲକ୍ଷେଶ୍ୱର ନିର୍ମାଣ ଶ୍ରମିକ ସଂଗଠନର ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଏହି ଉପଲକ୍ଷେ ଅନୁଷ୍ଠିତ ସଭାରେ ସାମ୍ବାଦିକ କାନନବିହାରୀ ନାୟକ ସଭାପତିତ୍ୱ କରିଥିବା ବେଳେ ହିନ୍ଦ୍‌ ମଜଦୁର ସଭାର ଓଡିଶା ମୁଖ୍ୟ ମନୋରଞ୍ଜନ ମହାରଣା ମୁଖ୍ୟଅତିଥି ଭାବେ ଯୋଗଦେଇ ନିଜର ହକ ପାଇବାକୁ ହେଲେ ମଜଦୁରମାନେ ଏକାଠି ହୋଇ ଲଢ଼ିବାକୁ ଆହ୍ୱାନ ଦେଇଥିଲେ । ଆଧ୍ୟାତ୍ମିକ ପତ୍ରିକା ‘ଦିବ୍ୟାଲୋକ ସନ୍ଧାନର ସମ୍ପାଦକ ଶ୍ରୀସନ୍ନ୍ୟାସୀ ଜୀ ନିର୍ମାଣ ଶ୍ରମିକମାନେ ସମାଜର ମେରୁଦଣ୍ଡ ବୋଲି ଅଭିହିତ କରିଥିଲେ । ସମ୍ମାନିତ ଅତିଥି ଭାବେ ଆଞ୍ଚଳିକ ଶାନ୍ତି କମିଟିର ସମ୍ପାଦକ ସୁରେନ୍ଦ୍ର ମହାପାତ୍ର, କଟକ ଜିଲ୍ଲା ସାମ୍ବାଦିକ ସଂଘର ସଭାପତି ରମେଶ ଚନ୍ଦ୍ର ପ୍ରଧାନ, ଆଇନଜୀବୀ ଦିଲ୍ଲୀପ ମହାରଣା ପ୍ରମୁଖ ବକ୍ତବ୍ୟ ରଖିଥିଲେ । ପ୍ରାରମ୍ଭରେ ସାଧାରଣ ସମ୍ପାଦକ ବିଭୂତି ଭୂଷଣ ତରାଇ ସ୍ୱାଗତ ଭାଷଣ ପ୍ରଦାନ କରିଥିଲା ବେଳେ ସଭାପତି ରବୀନ୍ଦ୍ର ବାରିକ ଧନ୍ୟବାଦ ଅର୍ପଣ କରିଥିଲେ । ଏହି ଅବସରରେ କିଛି ଶ୍ରମିକଙ୍କୁ ନିଜର ନିଷ୍ଠାପର କାର୍ଯ୍ୟ ପାଇଁ ସମ୍ମାନିତ କରାଯାଇଥିଲା । ଉକ୍ତ କାର୍ଯ୍ୟକ୍ରମକୁ ଲୋଚନା ବାରିକ, ଲକ୍ଷ୍ମୀଧର ଭୋଇ, କ୍ଷୀରୋଦ ବେହେରା, ପ୍ରଦୀପ୍ତ ଭୋଇ ପ୍ରମୁଖ ପରିଚାଳନା କରିଥିଲେ ।

Leave A Reply

Your email address will not be published.