jayashree

ଓଡ଼ିଶା ସିଏଚ୍ଏସି ୨୦୨୬ ପରୀକ୍ଷା ଫଳାଫଳରେ ଜେଏସ୍‌ଏମ୍ କଲେଜର ୧୦୦% ସଫଳତା

ବଲାଙ୍ଗିର, (କେପିଏନ୍‌ଏସ୍‌) : ଓଡ଼ିଶା ସିଏଚ୍ଏସି ବୋର୍ଡର ଏଏଚ୍ଏସି ପରୀକ୍ଷା ୨୦୨୬ର ଫଳାଫଳ ପ୍ରକାଶ ପାଇଥିବା ବେଳେ ସମଗ୍ର ରାଜ୍ୟରେ ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ଆନନ୍ଦ ଓ ଉତ୍ସବର ପରିବେଶ ସୃଷ୍ଟି ହୋଇଛି । ପ୍ରତିବର୍ଷର ପରମ୍ପରାକୁ ଅବ୍ୟାହତ ରଖି ଜେଏସ୍‌ଏମ୍ କଳା, ବିଜ୍ଞାନ ଓ ବାଣିଜ୍ୟ ମହାବିଦ୍ୟାଳୟରେ ଏହିବର୍ଷ ମଧ୍ୟ ବୋର୍ଡ ପରୀକ୍ଷାରେ ଚମତ୍କାର ସଫଳତା ହାସଲ କରିଛି । ଜେଏସ୍‌ଏମ୍ କଳା, ବିଜ୍ଞାନ ଓ ବାଣିଜ୍ୟ ମହାବିଦ୍ୟାଳୟ ଏହି ବର୍ଷ ବଲାଙ୍ଗିର ଶିକ୍ଷାକ୍ଷେତ୍ରରେ ପୁଣି ଥରେ ଆଗରେ ଓ ଶିକ୍ଷାର ବିକାଶରେ ସହାୟକ ହୋଇଛି । ଏହି ବର୍ଷ କଲେଜରୁ ମୋଟ ୮୪ ଜଣ ଛାତ୍ରଛାତ୍ରୀ ଏଏଚ୍ଏସି ୨୦୨୬ ପରୀକ୍ଷାରେ ଅଂଶଗ୍ରହଣ କରିଥିଲେ ଏବଂ ସମସ୍ତେ ସଫଳତାର ସହିତ ଉତ୍ତୀର୍ଣ୍ଣ ହୋଇ କଲେଜର ୧୦୦% ପାସ୍ ହାର ଅବ୍ୟାହତ ରଖିଛନ୍ତି । ବିଭିନ୍ନ ବିଭାଗର ଟପ୍ପରମାନେ ଉଲ୍ଲେଖନୀୟ ପ୍ରଦର୍ଶନ ମାଧ୍ୟମରେ କଲେଜର ଗୌରବ ବଢ଼ାଇଛନ୍ତି । ବାଣିଜ୍ୟ ବିଭାଗରେ ତୋଷିକା ମଙ୍ଗଳାନୀ ୯୫% ମାର୍କ ରଖି ଶ୍ରେଷ୍ଠ ସ୍ଥାନ ଅଧିକାର କରିଥିବା ବେଳେ କଳା ବିଭାଗରେ ଶ୍ରୁତିରେଖା ମିଶ୍ର ମଧ୍ୟ ୯୫% ମାର୍କ ସହ ଟପ୍ପର ହୋଇଛନ୍ତି । ସେହିପରି ବିଜ୍ଞାନ ବିଭାଗରେ ସନ୍ଧ୍ୟା ଶର୍ମା ୭୬% ମାର୍କ ପାଇ ବିଭାଗରେ ପ୍ରଥମ ସ୍ଥାନ ଅଧିକାର କରିଛନ୍ତି । କଲେଜ ପକ୍ଷରୁ ମିଳିଥିବା ସୂଚନା ଅନୁସାରେ, ସମୁଦାୟ ଫଳାଫଳ ମଧ୍ୟ ଅତ୍ୟନ୍ତ ସନ୍ତୋଷଜନକ ରହିଛି । ମୋଟ ୫୬ ଜଣ ଛାତ୍ରଛାତ୍ରୀ ପ୍ରଥମ ଶ୍ରେଣୀ, ୧୮ ଜଣ ଦ୍ୱିତୀୟ ଶ୍ରେଣୀ ଏବଂ ୧୦ ଜଣ ତୃତୀୟ ଶ୍ରେଣୀରେ ଉତ୍ତୀର୍ଣ୍ଣ ହୋଇଛନ୍ତି । କଲେଜର ଅଧ୍ୟକ୍ଷ ସିଏ ଶ୍ରିକାନ୍ତ ର୍ଶମା, ଶିକ୍ଷକ ଓ କର୍ମଚାରୀମାନେ ସମସ୍ତ ସଫଳ ଛାତ୍ରଛାତ୍ରୀଙ୍କୁ ଅଭିନନ୍ଦନ ଜଣାଇଥିବା ସହ ତାଙ୍କର କଠିନ ପରିଶ୍ରମ, ନିଷ୍ଠା ଓ ଶୃଙ୍ଖଳାବଦ୍ଧତାକୁ ପ୍ରଶଂସା କରିଛନ୍ତି । ଅଭିଭାବକ ଓ ଶୁଭେଚ୍ଛୁମାନେ ମଧ୍ୟ ଏହି ଉତ୍କୃଷ୍ଟ ଫଳାଫଳ ପାଇଁ ଖୁସିବ୍ୟକ୍ତ କରି ଛାତ୍ରଛାତ୍ରୀମାନଙ୍କ ଉଜ୍ଜ୍ୱଳ ଭବିଷ୍ୟତ ପାଇଁ ଶୁଭେଚ୍ଛା ଜଣାଇଛନ୍ତି ।

Leave A Reply

Your email address will not be published.