
ପଦ୍ମପୁର, (ନିରୋଜ କୁମାର ପାଣୀ) : ଗନ୍ଧମାର୍ଦ୍ଦନ ବିଜ୍ଞାନ ପ୍ରତଷ୍ଠାନ ପଦ୍ମପୁର ଉପଖଣ୍ଡ ସ୍ଥିତ ଗୌଡ଼ପାଲି କନସିଂହାର +୨ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପରୀକ୍ଷାରେ ପ୍ରଥମ ବ୍ୟାଚ୍ ଛାତ୍ରଛାତ୍ରୀମାନେ ଶତପ୍ରତିଶତ ସଫଳତା ହାସଲ କରି ଏକ ନୂତନ ଇତିହାସ ସୃଷ୍ଟି କରିଛନ୍ତି । କଲେଜର ଛାତ୍ର ଜୀବନ ବାରିକ ୯୬% ନମ୍ବର ରଖି କଲେଜ ଟପ୍ପର ହୋଇଥିବା ବେଳେ ସୁମନ ସରିତା ସାହାଣୀ ୯୦.୬୬% ନମ୍ବର ରଖି ଦ୍ୱିତୀୟ ସ୍ଥାନ ଅଧିକାର କରିଛନ୍ତିଫ ଏହାସହ ୮୦%ରୁ ୯୦% ମଧ୍ୟରେ ୯ ଜଣ, ୭୦%ରୁ ୮୦% ମଧ୍ୟରେ ୧୩ ଜଣ ଏବଂ ୬୦%ରୁ ୭୦% ମଧ୍ୟରେ ୪ ଜଣ ଛାତ୍ରଛାତ୍ରୀ ଭଲ ନମ୍ବରରେ ଶତକଡା ଶତପ୍ରତିଶତ ପରୀକ୍ଷା ଫଳ ସହ ପ୍ରଥମ ଶ୍ରେଣୀରେ ଉତ୍ତୀର୍ଣ୍ଣ ହୋଇ ଅନୁଷ୍ଠାନ ପାଇଁ ଗୌରବ ଆଣିଛନ୍ତି । କଲେଜର ଏହି ସଫଳତା ପାଇଁ କଲେଜର ପ୍ରତିଷ୍ଠାତା ଡ. କାର୍ତ୍ତିକ ପ୍ରଧାନ ଓ ଅଧ୍ୟକ୍ଷ ଡ. ଦ୍ୱାଦଶ ପ୍ରଧାନ ସମସ୍ତ ଛାତ୍ରଛାତ୍ରୀଙ୍କୁ ଅଭିନନ୍ଦନ ଜଣାଇଛନ୍ତି । ଶିକ୍ଷକମାନଙ୍କ ଉତ୍ତମ ଶିକ୍ଷାଦାନ, ତ୍ୟାଗ, ପରିଶ୍ରମ ଓ ନିଷ୍ଠାର ଫଳ ଏବଂ ଛାତ୍ରଛାତ୍ରୀଙ୍କ ପରିଶ୍ରମ ଯୋଗୁଁ ଏହି ସଫଳତା ସମ୍ଭବ ହୋଇଛି ।