jayashree

ଇଟାଲୀର ରାଷ୍ଟ୍ରପତିଙ୍କୁ ଭେଟିଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ, (ପିଆଇବି) : ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଇଟାଲୀର ମହାମହିମ ରାଷ୍ଟ୍ରପତି ଶ୍ରୀ ସର୍ଗିଓ ମାଟାରେଲାଙ୍କୁ ରୋମ୍‌ସ୍ଥିତ ରାଷ୍ଟ୍ରପତି ଭବନ କ୍ୱିରିନାଲେ ପ୍ୟାଲେସରେ ଭେଟିଛନ୍ତି । ଏହି ସାକ୍ଷାତ ସମୟରେ, ପ୍ରଧାନମନ୍ତ୍ରୀ ଭାରତ-ଇଟାଲୀ ସମ୍ପର୍କକୁ ସୁଦୃଢ଼ କରିବାରେ ରାଷ୍ଟ୍ରପତି ମାଟାରେଲାଙ୍କ ସମର୍ଥନ ଏବଂ ନେତୃତ୍ୱ ପାଇଁ ଧନ୍ୟବାଦ ଜଣାଇଥିଲେ। ଉଭୟ ନେତା ଭାରତ-ଇଟାଲୀ ରଣନୈତିକ ସହଭାଗୀତାର ପ୍ରଗତି କଥା ଉଲ୍ଲେଖ କରିଥିଲେ ଏବଂ ବାଣିଜ୍ୟ ଏବଂ ନିବେଶ, ବିଜ୍ଞାନ ଏବଂ ପ୍ରଯୁକ୍ତିବିଦ୍ୟା, ଗବେଷଣା ଏବଂ ନବସୃଜନ, ପ୍ରତିରକ୍ଷା ଏବଂ ସୁରକ୍ଷା, ମହାକାଶ, ଶକ୍ତି, କୃତ୍ରିମ ବୁଦ୍ଧିମତ୍ତା (ଏଆଇ) ଏବଂ ଗୁରୁତ୍ୱପୂର୍ଣ୍ଣ ପ୍ରଯୁକ୍ତିବିଦ୍ୟା, ଶିକ୍ଷା, ସଂସ୍କୃତି ଏବଂ ଲୋକ-ଲୋକ ସମ୍ପର୍କ ସମେତ ବିଭିନ୍ନ କ୍ଷେତ୍ରରେ ଚାଲିଥିବା ସହଯୋଗକୁ ନେଇ ସନ୍ତୋଷ ପ୍ରକାଶ କରିଥିଲେ। ସେମାନେ ଉଦୀୟମାନ ପ୍ରଯୁକ୍ତିବିଦ୍ୟା ଏବଂ କ୍ରୁତ୍ରିମ ବୁଦ୍ଧିମତ୍ତା ଉପରେ ମଧ୍ୟ ଆଲୋଚନା କରିଥିଲେ। ଉଭୟ ନେତା ଉଲ୍ଲେଖ କରିଥିଲେ ଯେ ଭାରତ-ୟୁରୋପୀୟ ସଂଘ ମୁକ୍ତ ବାଣିଜ୍ୟ ଚୁକ୍ତିନାମା ସ୍ବାକ୍ଷରିତ ହେବା ଦ୍ବିପାକ୍ଷିକ ସହଭାଗୀତାର ଗତିକୁ ତ୍ବରାନ୍ବିତ କରିବ। ଏହା ସହିତ, ସାମୁଦ୍ରିକ ସୁରକ୍ଷା, ଡିଜିଟାଲ ସଂଯୋଗୀକରଣ ଏବଂ ଶକ୍ତି ଯୋଗାଣ ସୁନିଶ୍ଚିତ କରିବାର ଏକ ମାଧ୍ୟମ ଭାବରେ ବହୁମୁଖୀ ଭାରତ-ମଧ୍ୟପ୍ରାଚ୍ୟ-ୟୁରୋପ ଅର୍ଥନୈତିକ କରିଡର (ଆଇଏମଇସି)ର ଗୁରୁତ୍ୱ ଉପରେ ଆଲୋଚନା କରାଯାଇଥିଲା । ଦୁଇ ନେତା ପଶ୍ଚିମ ଏସିଆ ଏବଂ ୟୁରୋପରେ ଚାଲିଥିବା ସଂଘର୍ଷ ସମେତ ବିଭିନ୍ନ ବିଶ୍ୱ ଏବଂ ଆଞ୍ଚଳିକ ପ୍ରସଙ୍ଗ ଉପରେ ମଧ୍ୟ ଆଲୋଚନା କରିଥିଲେ। ସେମାନେ ଅନ୍ତର୍ଜାତୀୟ ଆଇନ, ମୁକ୍ତ ସାମୁଦ୍ରିକ ଚଳାଚଳ ଏବଂ ବିଭିନ୍ନ ବିବାଦର ଶାନ୍ତିପୂର୍ଣ୍ଣ ସମାଧାନ ପ୍ରତି ସେମାନଙ୍କର ସମାନ ପ୍ରତିବଦ୍ଧତାକୁ ପୁନର୍ବାର ଦୋହରାଇଥିଲେ। ପ୍ରଧାନମନ୍ତ୍ରୀ ଏହି ଉଷ୍ମ ଆତିଥେୟତା ପାଇଁ ରାଷ୍ଟ୍ରପତି ମାଟାରେଲାଙ୍କୁ ଧନ୍ୟବାଦ ଜଣାଇବା ସହ ଉଭୟ ପକ୍ଷର ସୁବିଧାଜନକ ସମୟରେ ଭାରତ ଗସ୍ତରେ ଆସିବାକୁ ତାଙ୍କୁ ଆମନ୍ତ୍ରଣ କରିଥିଲେ ।

Leave A Reply

Your email address will not be published.