csstore

ଭାରତ ବିକାଶ ପରିଷଦ ଟିଟିଲାଗଡ ପକ୍ଷରୁ ଶାଖା ସ୍ତରୀୟ କର୍ମଶାଳା ଓ ଶପଥ ଗ୍ରହଣ ସମାରୋହ ଅନୁଷ୍ଠିତ

ଟିଟିଲାଗଡ, (ସଞ୍ଜୟ କୁମାର ନାୟକ) : ମଙ୍ଗଳବାର ସନ୍ଧ୍ୟାରେ ଟିଟିଲାଗଡ ମହାବୀର ପଞ୍ଚାୟତି ଧର୍ମଶାଳା ଠାରେ ଭାରତ ବିକାଶ ପରିଷଦ ଟିଟିଲାଗଡ ଶାଖା ପକ୍ଷରୁ ଶାଖା ସ୍ତରୀୟ କର୍ମଶାଳା ଓ ଶପଥ ଗ୍ରହଣ ସମାରୋହ ସଭାପତି ଉମେଶ ଚନ୍ଦ୍ର ଦାଶଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ମୁଖ୍ୟ ଅତିଥି ଭାବେ ଆଞ୍ଚଳିକ ସହ ସମ୍ପାଦକ ଭାବରେ ପ୍ରକାଶ କୁମାର ପଟ୍ଟନାୟକ, ସମ୍ମାନିତ ଅତିଥି ଭାବେ ପ୍ରାନ୍ତୀୟ ସଭାପତି ଗୋବିନ୍ଦ ଚନ୍ଦ୍ର ପଣ୍ଡା, ପ୍ରାନ୍ତୀୟ ଉପ ସଭାପତି ମହେନ୍ଦ୍ର କୁମାର ଅଗ୍ରୱାଲ, ପ୍ରାନ୍ତୀୟ ସମ୍ପାଦକ ଦୁର୍ଯ୍ୟୋଧନ ସାହୁ, ସଂଯୋଜିକା ମହିଳା ସହ ଭାଗୀତା ଶ୍ରୀମତୀ ତନୁଜା ପାଢ଼ୀ ଏବଂ ଶାଖା ସମ୍ପାଦକ କିଶୋର ମହାପାତ୍ର ମଞ୍ଚାସୀନ ହୋଇଥିଲେ । କାର୍ଯ୍ୟକ୍ରମର ଅତିଥି ମାନେ ଭାରତ ବିକାଶ ପରିଷଦର ଉଦ୍ଦେଶ୍ୟ ଏବଂ ନୀତିନିୟମ ସହ ସେବା ସମର୍ପଣ, ସଂସ୍କାର, ସମ୍ପର୍କ ଓ ସହଯୋଗ ଉପରେ ସବିଶେଷ ମାର୍ଗ ଦର୍ଶନ କରିଥିଲେ । ଏହାପରେ ଉପସ୍ଥିତ ଥିବା ସମସ୍ତ ନୂତନ ସଦସ୍ୟଙ୍କୁ ଶପଥ ପାଠ କରାଇଥିଲେ । ଏହି କାର୍ଯ୍ୟକ୍ରମକୁ ପରିଚାଳନା କରିବାରେ ଶାଖାର ସମ୍ପାଦକ କିଶୋର ମହାପାତ୍ର, ଅର୍ଥ ବିଭାଗର ସମ୍ପାଦକ ଧନଞ୍ଜୟ ବେହେରା, ଗୀତାଞ୍ଜଳି ଭୋଇ, ଅଖିଳ କୁମାର ପଣ୍ଡା, ଆର୍ତ୍ତତ୍ରାଣ ପଣ୍ଡା, ରମେଶ ଚନ୍ଦ୍ର ପାର୍ଡିଆ, ଗୋବର୍ଦ୍ଧନ ସାହୁ ଓ ଅନ୍ୟ ସଦସ୍ୟ ମାନେ ସହଯୋଗ କରିଥିଲେ ।

jayashree
Leave A Reply

Your email address will not be published.