jayashree

ଟିକାବାଲିରେ ଜିଲ୍ଲାପାଳଙ୍କ ଯୁଗ୍ମ ଅଭିଯୋଗ ଶୁଣାଣି ଅନୁଷ୍ଠିତ

ବାଲିଗୁଡା, (ସଞ୍ଜୟ କୁମାର ପାଣିଗ୍ରାହୀ) : କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ଟିକାବାଲି ବ୍ଲକ ପଞ୍ଚାୟତ ସମିତି ନୂତନ ସଭାଗୃହରେ କନ୍ଧମାଳ ଜିଲ୍ଲାପାଳ ବେଦଭୂଷଣଙ୍କ ଅଧ୍ୟକ୍ଷତାରେ ଟିକାବାଲି ବ୍ଲକ ତଥା ଜି. ଉଦୟଗିରି ସହିତ ଜିଲ୍ଲାର ପାଖାପାଖି ବ୍ଲକର ଜନସାଧାରଣ ଆସି ନିଜ ନିଜର ସାମୁହିକ ଓ ବ୍ୟକ୍ତିଗତ ସମସ୍ୟାର ସମାଧାନ ନିମନ୍ତେ ସିଧାସଳଖ ଜିଲ୍ଲାପାଳଙ୍କୁ ସାକ୍ଷାତ କରି ଅଭିଯୋଗ ଦାଖଲ କରିଥିବା ଦେଖିବାକୁ ମିଳିଛି । ଏହି କାର୍ଯ୍ୟକ୍ରମରେ ମୋଟ ୫୧ ଗୋଟି ସମସ୍ୟା ଆସିଥିବା ବେଳେ ସେଥିରୁ ବ୍ୟକ୍ତିଗତ ସମସ୍ୟା ୨୮ଏବଂ ସାମୁହିକ ସମସ୍ୟା ୨୩ଟି ପଞ୍ଜିକରଣ ହୋଇଛି । ବିଶେଷ କରି ରାସ୍ତା, ପ୍ରଧାନମନ୍ତ୍ରୀ ଆବାସ ଯୋଜନା, ପାନୀୟ ଜଳ, ସାମାଜିକ ସୁରକ୍ଷା ଯୋଜନା ଉପରେ ସମସ୍ୟା ଚି଼ହ୍ନଟ ସହିତ ୧୦ ଜଣକୁ ନୂତନ ଭାବରେ ଯୋଗ୍ୟ ହିତାଧିକାରୀଙ୍କୁ ମାସିକ ଭତ୍ତା ବଣ୍ଟନ କରିଥିଲେ ଜିଲ୍ଲାପାଳ ଏବଂ ଜିଲ୍ଲାପାଳଙ୍କ ଉପସ୍ଥିତରେ ଆଜି ପୁଣି ଏକ ନୂତନ କାର୍ଯ୍ୟକ୍ରମ ଯାହା କି ଧରିତି ଆବା ଜନ ଜାତୀୟ ଗରିମା ଉତ୍ସବର ଶୁଭ ଉଦଘାଟନ ଉତ୍ସବ ବିଭିନ୍ନ ବିଭାଗୀୟ ଅଧିକାରୀଙ୍କ ଉପସ୍ଥିତରେ ଆରମ୍ଭ କରାଗଲା । ଏହି କାର୍ଯ୍ୟକ୍ରମରେ ବାଲିଗୁଡା ଉପଜିଲ୍ଲାପାଳ ପ୍ରଣୀତା ଦାସ, ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ ଜିଲ୍ଲାପରିଷଦ କନ୍ଧମାଳ ସମ୍ବୁନାଥ ନନ୍ଦି, ବାଲିଗୁଡା ସମ୍ମାନିତ ଆଦିବାସୀ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ପ୍ରଶାସକ କୃପାସିନ୍ଧୁ ବେହେରା, ଜି. ଉଦୟଗିରି ଏସ୍‌ଡିପିଓ ଶିବା ମାରୁତି ରେଡି, ଟିକାବାଲି ଗୋଷ୍ଠୀ ଉନ୍ନୟନ ଅଧିକାରୀ ବିଷ୍ଣୁ ଗୋବିନ୍ଦଙ୍କ ସମେତ ସମସ୍ତ ବିଭାଗୀୟ ଅଧିକାରୀ ଉପସ୍ଥିତ ରହି ପଞ୍ଜିକରଣ ସମସ୍ୟାର ପ୍ରତି ଗୁରୁତ୍ୱ ଦେଇ କାର୍ଯ୍ୟକାରୀ କରିବା ପାଇଁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଥିଲେ ।

Leave A Reply

Your email address will not be published.