csstore

ବସ-କାର ମୁହାଁମୁହିଁ ଧକ୍କା : ଅଳ୍ପକେ ବର୍ତ୍ତିଲେ ଚାଳକ ଓ ଯାତ୍ରୀ

ବାଲିଗୁଡା, (ସଞ୍ଜୟ କୁମାର ପାଣିଗ୍ରାହୀ) : କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ଟିକାବାଲି ବ୍ଲକ କେଉଟ ସାହିର ପିଲା ସାଲୁଙ୍କି ନଦୀ ବ୍ରିଜ ନିକଟରେ ରାଜ କୁମାର ନାମକ ଏକ ଯାତ୍ରୀବାହୀ ବସ ସହ ଏକ କାର୍‌ର ମୁହାଁମୁହିଁ ଧକ୍କା ହେବାରୁ ଏକ ବଡ଼ ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତିଲେ ଯାତ୍ରୀ ଏବଂ ଚାଳକ । ଯଦି ବସ କିମ୍ବା କାର ବ୍ରିଜ ତଳକୁ ଖସି ଯାଇଥାନ୍ତା ତାହାହେଲେ ଆଜି ଅନେକ ଜୀବନ ହାନି ହେବାର ଆଶଙ୍କା ରହିଥିଲା, ସେହି ମାନଙ୍କୁ ଭଗବାନ ବଞ୍ଚେଇଛନ୍ତି ବୋଲି ଅଞ୍ଚଳରେ ଆଲୋଚନା ହେଉଛି । ଘଟଣାରୁ ପ୍ରକାଶ ଯେ, ରାଜକୁମାର ନାମକ ଯାତ୍ରୀବାହୀ ବସ ରାଇକିଆ ପଟୁ ଟିକାବାଲି ଅଭିମୁଖେ ଆସୁଥିବା ବେଳେ କାରଟି ଟିକାବାଲି ଆଡୁ ବାଲିଗୁଡା ଅଭିମୁଖେ ଯାଉଥିବା ସମୟରେ ପିଲା ସାଲୁଙ୍କି ନଦୀ ବ୍ରିଜ ନିକଟରେ ମୁହାଁମୁହିଁ ଧକ୍କା ହୋଇଥିବା ଜଣାପଡିଛି । ଖବର ପାଇ ଟିକାବାଲି ପୋଲିସ ଘଟଣା ସ୍ଥଳରେ ପହଞ୍ଚି ସ୍ଥାନୀୟ ଲୋକଙ୍କ ସହାୟତାରେ ଦୁଇଟି ଜାକ ଗାଡି ଉଦ୍ଧାର କରି ରାସ୍ତାରୁ ହଟାଇଥିଲେ । ଚାଳକ ସାମାନ୍ୟ ଆହତ ହୋଇଥିବା ବେଳେ ଅନ୍ୟ କାହାର ଅଧିକ କ୍ଷତି ହୋଇନଥିବା ଜଣାପଡିଛି । ଟିକାବାଲିରେ ଥିବା ଉକ୍ତ ବ୍ରିଜଟି ଅତି ସଂକୀର୍ଣ୍ଣ ରହିଥିବା ହେତୁ ଦୁଇଟି ଗାଡି ଯାଇପାରୁନି, କିମ୍ବା ଗୋଟିଏ ଗାଡି ପାସ କଲେ ଆଉ ଏକ ଗାଡି ସାଇଡ ଦେବା ନିମନ୍ତେ ବହୁତ ଅସୁବିଧା ହେଉଛି । ଟିକାବାଲିର ପିଲା ସାଲୁଙ୍କି ବ୍ରିଜ ଦୀର୍ଘ ଦିନ ହେବ ସେହି ନେରୋ ବ୍ରିଜ ହିଁ ବିପଦ ସଂକୁଳ ଅବସ୍ଥାରେ ରହିଛି । ଏହାକୁ ନେଇ ଅନେକ ବାର ଖବର ପ୍ରସାରଣ ହେଉଥିଲେ ସୁଦ୍ଧା କାର୍ଯ୍ୟକାରୀ ଶୂନ, ଯାହାରୀ ଫଳରେ ସେହି ବ୍ରିଜରେ ସବୁବେଳେ କିଛି ନା କିଛି ଦୁର୍ଘଟଣା ଘଟୁଛି । କିଛିଦିନ ପୂର୍ବରୁ ସେହି ବ୍ରିଜ ପାଖରେ ଏକ ବଡ଼ ଦୁର୍ଘଟଣା ମଧ୍ୟ ଘଟିଥିଲା । ବର୍ତ୍ତମାନ ପ୍ରଶାସନ କ’ଣ ପଦକ୍ଷେପ ନେଉଛି ତାହା ଦେଖିବାର ବାକି ରହିଲା ।

jayashree
Leave A Reply

Your email address will not be published.