ଅପରାଧୀଙ୍କ ‌ଦ୍ୱାରା ଯୁବକଙ୍କୁ ଗୁଳି କରି ହତ୍ୟା

ନୂଆଦିଲ୍ଲୀ : ରାଜଧାନୀ ଦିଲ୍ଲୀର ଆଲିପୁର ଅଞ୍ଚଳ ବୁଧବାର ସନ୍ଧ୍ୟାରେ ଗୁଳି ଫଟିବା ଶବ୍‌ଦରେ ଥରି ଉଠିଛି । ନିଜ କ୍ଷେତରେ ଜଣେ ଯୁବକ ଗାଇ କ୍ଷୀର ସଂଗ୍ରହ କରୁଥିବା ବେଳେ ଅଜ୍ଞାତ ଆକ୍ରମଣକାରୀମାନେ ଗୁଳି ଚଳାଇ ହତ୍ୟା କରିବା ପରେ ଘଟଣାସ୍ଥଳରୁ ପଳାଇ ଯାଇଥିଲେ । ପୋଲିସର ସୂଚନାନୁସାରେ ମୃତ କୁନାଲ ଆଲିପୁର ଅଞ୍ଚଳର ଘୋଷିତ ଅପରାଧୀ । ତାଙ୍କ ଉପରେ ଅନେକ ଅପରାଧିକ ମାମଲା ଦାୟର କରାଯାଇଛି । ବୁଧବାର ସନ୍ଧ୍ୟାରେ କୁନାଲ ନିଜ ଗାଇର କ୍ଷୀର ବାହାର କରିବା ପାଇଁ ନିଜ କ୍ଷେତକୁ ଯାଇଥିଲେ, ଯେତେବେଳେ ଅଜ୍ଞାତ ଆକ୍ରମଣକାରୀମାନେ କ୍ଷେତରେ ପ୍ରବେଶ କରି କୁନାଲଙ୍କ ଉପରକୁ ଗୁଳି ଚଳାଇଥିଲେ ।

ଘଟଣା ସମୟରେ କୁନାଲଙ୍କ ମା’ ମଧ୍ୟ କ୍ଷେତରେ ଉପସ୍ଥିତ ଥିଲେ । ଏଥିସହିତ ଆକ୍ରମଣକାରୀଙ୍କ ଦ୍ୱାରା କୁନାଲଙ୍କ ଗାିକୁ ମଧ୍ୟ ଗୁଳି ଲାଗିଥିବା କୁହାଯାଇଛି। କୁନାଲଙ୍କ ପରିବାରରୁ ମିଳିଥିବା ସୂଚନା ଅନୁଯାୟୀ, କୁନାଲଙ୍କ ହତ୍ୟା ପଛରେ ଗୋଗି ଗ୍ୟାଙ୍ଗ ଥାଇପାରେ । ଏଥି ସହିତ ପ୍ରାରମ୍ଭିକ ସୂଚନା ଅନୁଯାୟୀ ଏହି ଘଟଣାରେ ୩ ଆକ୍ରମଣକାରୀ ରହିଥିବା କୁହାଯାଉଛି। ତେବେ ଆକ୍ରମଣକାରୀଙ୍କୁ ଧରିବା ପାଇଁ ଆଲିପୁର ପୋଲିସ ରାସ୍ତାର ସମସ୍ତ ସିସିଟିଭିକୁ ଅନୁଧ୍ୟାନ କରୁଥିବା ଜଣାପଡ଼ିଛି ।

Leave A Reply

Your email address will not be published.