ମାର୍ଚ୍ଚ ୨ ତାରିଖ ଝାରବନ୍ଧ ବ୍ଲକ କାର୍ୟ୍ୟାଳୟ ସମ୍ମୁଖରେ “ଜନତା ଅଦାଳତ” ଡାକରା

ପଦ୍ମପୁର, (ନିରୋଜ କୁମାର ପାଣୀ) : ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ବିଭିନ୍ନ ‌ସ୍କିମରେ ଝାରବନ୍ଧ ବ୍ଲକକୁ ଆସିଥିବା ଅର୍ଥର ବ୍ୟାପକ ବାଟମାରଣା, ସ୍ୱ‌ଚ୍ଚ ଭାରତ ପାଇଖାନା ନିର୍ମାଣରେ ଦୁର୍ନୀତି, ଆମ ଗାଁ ଆମ ବିକାଶ ଯୋଜନାର ଅର୍ଥ ବିନା କାର୍ୟ୍ୟରେ ଟଙ୍କା ଉଠାଣ, ଗାଇ ଗୁହାଳ, ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଜାଲିଆତି, ଝାରବନ୍ଧ ବ୍ଲକରେ ଚାଷୀଙ୍କ ଲେ‌ପ୍ସ ଟୋକନକୁ ରିଜେନେରେଟ କରିବା ଆଦି ସମସ୍ୟାକୁ ନେଇ ବରଗଡ଼ ଜିଲ୍ଲାର ଝାରବନ୍ଧ ବିଡିଓଙ୍କ କାର୍ୟ୍ୟାଳୟ ସମ୍ମୁଖରେ ଆସନ୍ତା ମାର୍ଚ୍ଚ ୨ ତାରିଖ ଦିନ ଏକ ଜନତା ଅଦାଲତ ଡାକରା ଭାରତୀୟ ଜନତା ପାର୍ଟି ଦ୍ୱାରା ଆହୁତ କରାଯାଇଛି । ଇତି ମଧ୍ୟରେ ଝାରବନ୍ଧ ବନ ଦୁର୍ଗା ମନ୍ଦିର ପ୍ରାଙ୍ଗଣରେ ବିଜେପି ନେତା ହରିହର ସାହୁଙ୍କ ଅଧ୍ୟକ୍ଷତାରେ ଝାରବନ୍ଧ ଓ ଜଗଦଳପୁର ମଣ୍ତଳ ସ୍ତରୀୟ କାର୍ୟ୍ୟକର୍ତ୍ତା ବୈଠକରେ ଏଭଲି ନିଷ୍ପତ୍ତି ନିଆଯାଇଛି । ଏଠାରେ ପ୍ରକାଶ ଯୋଗ୍ୟ ଯେ, ଝାରବନ୍ଧ ବ୍ଲକରେ ସରକାରୀ ଅର୍ଥ ବ୍ୟାପକ ଭାବେ ବାଟମାରଣା ହୋଇଥିବା ଅଭିଯୋଗ ହୋଇ ଆସୁଛି । ଜନତା ଅଦାଲତରେ ଯୋଗଦାନ କରି ଜନସାଧାରଣଙ୍କ ସମସ୍ୟା ଉପରେ ଉତ୍ତର ଦେବା ପାଇଁ ବରଗଡ଼ ଜିଲ୍ଲାପାଳଙ୍କୁ ବିଜେପି ତରଫରୁ ଅନୁରୋଧ ପତ୍ର ପଠା ଯାଇଛି । ଏହି ବୈଠକରେ ବିଜେପି କୃଷକ ମୋର୍ଚ୍ଚା ରାଜ୍ୟ ସଭାପତି ତଥା ପଦ୍ମପୁର ପୂର୍ବତନ ବିଧାୟକ ପ୍ରଦୀପ ପୁରୋହିତ ମୁଖ୍ୟଅତିଥି ଭାବେ ଏହି ” ଜନତା ଅଦାଲତ “ରେ ବହୁ ସଂଖ୍ୟାରେ ଯୋଗଦେବା ପାଇଁ ଜନସାଧାରଣଙ୍କୁ ଆ‌ହ୍ୱାନ କରିଛନ୍ତି । ବୈଠକରେ ଝାରବନ୍ଧ ମଣ୍ତଳ ସଭାପତି ମୀଳନ ପାଣ୍ତେ, ଜଗଦଳପୁର ମଣ୍ତଳ ସଭାପତି ହରେକୃଷ୍ଣ ପଟେଲ, ଜିଲ୍ଲା ପରିଷଦ କୁମୁଦିନୀ ସାହୁ, ସରପଞ୍ଚ କ୍ଷୀରସିନ୍ଧୁ ସାହୁ, ଡା ଲମ୍ବୋଦର ପଣ୍ତା, ଦୁର୍ଗା ପ୍ରସାଦ ଅଗ୍ରୱାଲ, ମାନ ଭଞନ ମିର୍ଦ୍ଧା, ସାଇଧର ପାଣ୍ତେ, ସାମନ୍ତ ଶେଖର ମୁନା, ପଦ୍ମନ ରଣା, ଗଣେଶ ସାହୁ, ବଶିଂଧର ନାୟକ, ଛତ୍ରପାଳ ସାହୁ, ସତ୍ୟମ ପ୍ରଧାନ, ବିନୋଦ ବାଗ, ଚିନ୍ତାମଣି ରାଉତ, ନାଥ ସିଦ୍ଧାର ସମେତ ଶତାଧିକ କାର୍ୟ୍ୟକର୍ତ୍ତା ଉପସ୍ଥିତ ଥିଲେ ।

Leave A Reply

Your email address will not be published.