jayashree

ଛତ୍ରପୁର ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିରରେ ସଙ୍କୁଳସ୍ତରୀୟ ସାମୂହିକ ଆଚାର୍ଯ୍ୟ ପ୍ରଶିକ୍ଷଣ ଉଦ୍‌ଯାପିତ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଛତ୍ରପୁର ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିର ପରିସରରେ ଚାଲିଥିବା ସଂକୁଳ ସାମୂହିକ ପ୍ରଶିକ୍ଷଣ ଉଦ୍‌ଯାପିତ ହୋଇଯାଇଛି । ସଂକୁଳ ସଂଯୋଜକ ତଥା ସ୍ଥାନୀୟ ବିଦ୍ୟାଳୟର ପ୍ରଧାନ ଆଚାର୍ଯ୍ୟ ରବୀନ୍ଦ୍ରନାଥ ଦାଶ ଅତିଥି ପରିଚୟ କରିଥିଲେ । ସଂକୁଳ ପ୍ରମୁଖ ଜେ. କୁର୍ମା ରାଓ ଅଧ୍ୟକ୍ଷତା କରିଥିଲା । କାର୍ଯ୍ୟକ୍ରମ ଆରମ୍ଭରେ ରମ୍ଭା ପ୍ରଧାନାଚାର୍ଯ୍ୟ ଶ୍ରୀଧର ପ୍ରଧାନ ପ୍ରଶିକ୍ଷଣର ବୃତ୍ତ ପଠନ କରିଥିଲେ । ମୁଖ୍ୟବକ୍ତା ଭାବରେ ନୀଳକଣ୍ଠନଗର ପ୍ରଧାନାଚାର୍ଯ୍ୟ ଉମାଧବ ମହାନ୍ତି ଉପସ୍ଥିତ ରହି ଯୁଗୋପଯୋଗୀ ଭାରତୀୟ ଶିକ୍ଷା ଦର୍ଶନର ବିଦ୍ୟାଳୟରେ ଆବଶ୍ୟକତାର ମାର୍ଗଦର୍ଶନ କରିବା ସହ ପଞ୍ଚପଦୀ ଅଧିଗମ ପ୍ରକ୍ରିୟାକୁ ପ୍ରୟୋଗର ଅବଗତ କରିଥିଲେ । ଅନୁଷ୍ଠାନର ସମ୍ପାଦକ ସନ୍ତୋଷ କୁମାର ସାହୁ ମଞ୍ଚାସୀନ ଥିଲେ । ଶେଷରେ ନରେନ୍ଦ୍ରପୁର ପ୍ରଧାନାଚାର୍ଯ୍ୟ ତ୍ରିନାଥ ନାୟକ ଧନ୍ୟବାଦ ଅର୍ପଣ କରିଥିଲେ । ଉକ୍ତ ତିନିଦିନଆ ପ୍ରଶିକ୍ଷଣ କାର୍ଯ୍ୟକ୍ରମରେ ଗଞ୍ଜାମ ସହଜିଲ୍ଲା ପ୍ରମୁଖ ବିପନ ଚନ୍ଦ୍ର ପଟ୍ଟନାୟକ ରାଷ୍ଟ୍ର ନିର୍ମାଣରେ ଶିଶୁ ମନ୍ଦିର ଭୂମିକା ବିଷୟରେ ଅବଗତ କରାଇଥିଲେ । ସଂକୁଳର ଜ୍ୟେଷ୍ଠ ଶ୍ରେଷ୍ଠ ବିଜ୍ଞ ଗୁରୁଜୀ ଓ ଗୁରୁମା ପଞ୍ଚପଦୀ ଅଧିଗମ ଆଧାରରେ ଆଦର୍ଶ ଶ୍ରେଣୀ ଶିକ୍ଷା ଦାନ କରିଥିଲେ । ଏହି ଅବସରରେ ମୁଖ୍ୟ ଅତିଥିଙ୍କ ଦ୍ଵାରା ସଂକୁଳ ଅନ୍ତର୍ଗଗତ ୬ଟି ବିଦ୍ୟାଳୟର ପ୍ରଧାନାଚାର୍ଯ୍ୟ ରବୀନ୍ଦ୍ରନାଥ ଦାଶ, ଶ୍ରୀଧର ପ୍ରଧାନ, ଏମ୍. ଲିଙ୍ଗରାଜ ରେଡ୍ଡୀ, ତ୍ରିନାଥ ନାୟକ, ସୁଶ୍ରୀ ଅନୀତା ପାତ୍ର, ଦଣ୍ଡପାଣି ସାହୁ ପ୍ରମୁଖଙ୍କୁ ସମ୍ମାନିତ କରାଯାଇଥିଲା । ଅନ୍ୟମାନଙ୍କ ମଧ୍ୟରେ ଛତ୍ରପୁର ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିରର ସଭାପତି ପଦ୍ମଚରଣ ସାହୁ, ଉପସଭାପତି ଗୀତାପାଢୀ, ସଦସ୍ୟ ରାମ ପ୍ରସାଦ ପଟ୍ଟନାୟକ ସହିତ ପରିଚାଳନା ସମିତିର ସମସ୍ତ କର୍ମକର୍ତ୍ତା ଓ ମାତୃ- ଭାରତୀର ସଦସ୍ୟା ପ୍ରମୁଖ ସକ୍ରୀୟ ସହଯୋଗ କରିଥିଲେ ।

Leave A Reply

Your email address will not be published.