ଜୋରଦାର ହେବ ‘ତକ୍ଷକ’ର ବାର୍ଷିକୋତ୍ସବ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିରରୁ ପ୍ରକାଶିତ ପାକ୍ଷିକ ପତ୍ରିକା ତଥା ଭିଜୁଆଲ ମିଡ଼ିଆ ‘ତକ୍ଷକ’ର ବାର୍ଷିକୋତ୍ସବ ଆସନ୍ତା ଫେବୃଆରୀ ୧୮ ତାରିଖ ସ୍ଥାନୀୟ କୋଶଲ କଳାମଣ୍ଡଳ ପଡିଆର ପୁରୁଣା ମଂଚ ଠାରେ ଅନୁଷ୍ଠିତ ହେବ । ପ୍ରଥମ ଅଧିବେଶନରେ ‘ତକ୍ଷକ’ର ଏକ ସ୍ୱତନ୍ତ୍ର ସଂଖ୍ୟା ଉନ୍ମୋଚନ ସହ ବହୁଭାଷୀ କବିତା ପାଠୋତ୍ସବ, ଦ୍ୱିତୀୟ ଅଧିବେଶନରେ ସାଧାରଣ ସଭା ଓ ତୃତୀୟ ଅଧିବେଶନରେ ଏହା ହାସ୍ୟ ବ୍ୟଙ୍ଗ ଆସର ଅନୁଷ୍ଠିତ ହେବାକୁ ସ୍ଥୁିରୀକୃତ ହୋଇଛି । ଏହା ସହ ସମାଜର ବିଭିନ୍ନ କ୍ଷେତ୍ରରେ ଅବାଦାନ ପାଇଁ କିଛି ବ୍ୟକ୍ତି ବିଶେଷଙ୍କୁ ସମ୍ବର୍ଦ୍ଧିତ କରାଯିବା କାର୍ୟ୍ୟକ୍ରମ ରହିଛି । କାର୍ୟ୍ୟକ୍ରମକୁ ସୁଚାରୁ ରୁପେ ପରିଚାଳନା ପାଇଁ ତକ୍ଷକ ପରିବାର ପକ୍ଷରୁ ଏକ ପ୍ରସ୍ତୁତି ବୈଠକ ସ୍ଥାନୀୟ ପୂର୍ତ୍ତ ବିଭାଗ ଡାକବଙ୍ଗଳା ଠାରେ ଅନୁଷ୍ଠିତ ହୋଇଯାଇଛି । ତକ୍ଷକର ସଂପାଦକ ବିଶ୍ୱମୟ ପୂଜାରୀଙ୍କ ଆବାହକତ୍ୱରେ ଅନୁଷ୍ଠିତ ଏହି ବୈଠକରେ ପତ୍ରିକାର ମୁଖ୍ୟ ସଂପାଦକ ଗାଳ୍ପିକ ମଳୟ ମିଶ୍ର ଯୋଗ ଦେଇ କାର୍ୟ୍ୟକ୍ରମକୁ ଜୋରଦାର କରିବା ପାଇଁ ସମସ୍ତଙ୍କ ସହଯୋଗ କାମନା କରିଥିଲେ । କାର୍ୟ୍ୟକ୍ରମ ପରିଚାଳନା ପାଇଁ ବିଭିନ୍ନ ଦାୟିତ୍ୱ ପ୍ରଦାନ କରାଯାଇଥିଲା । ଅନ୍ୟ ମାନଙ୍କ ମଧ୍ୟରେ ଯୁବ କବି ଅର୍ଜୁନ ସାହୁ, ପ୍ରେରଣାର ସଂପାଦକ ରଘୁ ନନ୍ଦନ ସିଂହ, ସୁନୀଲ ମିଶ୍ର, ରତ୍ନମୟ ତ୍ରିପାଠୀ, ଅଜିତ ପଣ୍ଡା, ରଂଜିତ ମିଶ୍ର ପ୍ରମୁଖ ବୈଠକରେ ଯୋଗ ଦେଇ ମତାମତ ପ୍ରଦାନ କରିଥିଲେ ।

Leave A Reply

Your email address will not be published.