
ରାଉରକେଲା, (ସସ୍ମିତା ପ୍ରଧାନ) : ଆଇଏସ୍ସି ମାଟ୍ରିକ ଓ ଆଇସିସି ଯୁକ୍ତ ଦୁଇ ପରୀକ୍ଷା ଫଳ ପ୍ରକାଶିତ ହୋଇଛି । ପୂର୍ବ ବର୍ଷ ଭଳି ହମିରପୁର ସ୍ଥିତ କାର୍ମେଲ ସ୍କୁଲର ଛାତ୍ରଛାତ୍ରୀମାନେ ସଫଳତା ବଜାୟ ରଖି ସ୍କୁଲକୁ ଗୌରବାନ୍ୱିତ କରିଛନ୍ତି । ଚଳିତ ବର୍ଷ ଦଶମରେ ସ୍କୁଲର ୧୨୪ ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିବା ବେଳେ ସମସ୍ତେ ପାସ କରିଛନ୍ତି । ମୋଟ ୧୭ ଜଣ ୯୦ ପ୍ରତିଶତରୁ ଅଧିକ ମାର୍କ ରଖିଛନ୍ତି । ପଦ୍ମନ ସାହୁ ସର୍ବାଧିକ ୯୮ପ୍ରତିଶତ ନମ୍ବର ରଖି ସ୍କୁଲ ଟପ୍ପର ହୋଇଥିବା ବେଳେ ଆର୍ଯ୍ୟାଂଶୁ ଆୟୁଷ୍ମାନ ରାଉତ ୯୬.୮% ରଖି ଦ୍ୱିତୀୟ ଓ ଭାରତ ଚାୱଲା ୯୫.୬% ରଖି ତୃତୀୟ , ବିଜ୍ଞାନରେ ବିଦ୍ୟୋତ୍ତମା କୁମାରୀ ୯୬% ରଖି ଟପ୍ପର ହୋଇଥିବା ବେଳେ କଳାରେ କ୍ଷୀରୋଦା ସିଂ ଖୁଣ୍ଟିଆ ୯୫.୨୫% ଓ ବାଣିଜ୍ୟରେ ଆଲିଜା ଏଜାଜ ୯୪.୭୫% ନମ୍ବର ରଖି ଟପ୍ପର ହୋଇଛନ୍ତି । ସ୍କୁଲରେ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ଏହି ସଫଳତା ପାଇଁ ସ୍କୁଲର ଅଧ୍ୟକ୍ଷା ସିଷ୍ଟର ଫିଦେଲିସ୍ ଏସି ସଫଳ ହୋଇଥିବା ତଥା ସ୍କୁଲକୁ ଗର୍ବିତ କରିଥିବା ଯୋଗୁଁ ସମସ୍ତଙ୍କୁ ଆଶ୍ରିବଚନ ସହ ଶୁଭେଚ୍ଛା ଜ୍ଞାପନ କରିଥିଲେ । ସଫଳତା ପାଇଥିବା ଛାତ୍ରଛାତ୍ରୀମାନେ ଏହାର ଶ୍ରେୟ ସ୍କୁଲର ଅଧ୍ୟକ୍ଷା, ଶିକ୍ଷକ ଶିକ୍ଷୟିତ୍ରୀ ଓ ଅଭିଭାବକଙ୍କୁ ଦେଇଥିଲେ । ଏହି ଅବସରରେ ଶିକ୍ଷକ କୌଶିକ ଦାସ, ସିଜା ପିଲାଇ, ଜ୍ୟୋତି ବାର୍ଲା, ପୁଷ୍ପାଞ୍ଜଳି, ଜୁଲି, ଅର୍ପନା ପ୍ରମୁଖଙ୍କ ସହ ସଫଳତା ହାସଲ କରିଥିବା ଛାତ୍ରଛାତ୍ରୀଙ୍କ ଅଭିଭାବକମାନେ ଉପସ୍ଥିତ ଥିଲା ବେଳେ ରୁଚି ଓ ତହମା ପ୍ରମୁଖ ସହଯୋଗ କରିଥିଲେ ।