mahavir

ରାଉରକେଲା ଷ୍ଟିଲ ମଜୁଦୂର୍ ୟୁନିୟନ୍ ପକ୍ଷରୁ ଆନ୍ତର୍ଜାତୀୟ ଶ୍ରମିକ ଦିବସ ପାଳିତ

ରାଉରକେଲା, (ସସ୍ମିତା ପ୍ରଧାନ) : ରାଉରକେଲା ଷ୍ଟିଲ ମଜୁଦୂର୍ ୟୁନିୟନ୍ ପକ୍ଷରୁ ସେକ୍ଟର -୫, ସି-୨୯ କାର୍ଯ୍ୟାଳୟ ଠାରେ ଉପସଭାପତି କୈଳାଶ ଚନ୍ଦ୍ର ନାୟକଙ୍କ ସଭାପତିତ୍ୱରେ ଆନ୍ତର୍ଜାତିକ ଶ୍ରମିକ ଦିବସ ପାଳିତ ହୋଇଯାଇଛି । ଶ୍ରୀ ନାୟକ ଅନୁଷ୍ଠାନର ପତାକାକୁ ଉତ୍ତୋଳନ କରିଥିଲେ । ୟୁନିୟନର କାର୍ଯ୍ୟକାରୀ ସଭାପତି ପ୍ରଦୋଷ କୁମାର ମହାନ୍ତି ଶ୍ରମିକ ଦିବସ ଉପରେ ଆଲୋକପାତ କରିଥିଲେ । ସାଧାରଣ ସମ୍ପାଦକ ରମେଶ ଚନ୍ଦ୍ର ସେଠୀ ଶ୍ରମିକ ଦିବସ ଉପରେ ବିସ୍ତୃତ ଭାବେ ବର୍ଣ୍ଣନା କରି କହିଲେ କି ଆମେରିକାର ଚିକାଗୋ ସହର ଠାରେ ଥିବା ହେ ମାର୍କେଟ ଛକରେ ୧୮୮୬ ମସିହା ମଇ ୧ ତାରିଖରେ ଶ୍ରମିକ ମାନଙ୍କ ଉପରେ ଯେପରି ବର୍ବରୋଚିତ ଆକ୍ରମଣ ହେଲା ଓ ଯାହା ଫଳରେ ଅନେକ ଲୋକ ମୃତ୍ୟୁ ବରଣ କଲେ । ହେ ମାର୍କେଟ ରକ୍ତ ରଞ୍ଜିତ ହେଇଥିଲା, ସେହି ରକ୍ତରେ ଶ୍ରମିକ ନିଜ ନିଜ ପୋଷାକ ରକ୍ତ ରଞ୍ଜିତ କରି ଯେଉଁ ପତାକା ଉଡ଼ାଇ ଥିଲେ ଏବଂ ତାଙ୍କର ଦାବି ହାସଲ କରିଥିଲେ ସେହି ଲାଲ ରଙ୍ଗର ପତାକା ଆଜିର ଦିନରେ ବିଜୟର ପତାକା ଭାବେ ଉଡ଼ାଯାଉଛି । ବିଶ୍ଵବାସୀ ଆଜିର ଦିନକୁ ଶ୍ରମିକ ଦିବସ ରୂପେ ପାଳନ କରୁଛନ୍ତି । ୟୁନିୟନର ଉପଦେଷ୍ଟା ତଥା ବାର ଆସୋସିଏସନ୍‌ର ସଭାପତି ସଦାନନ୍ଦ ସାହୁ ଶ୍ରମିକ ଦିବସର ତାତ୍ପର୍ଯ୍ୟ, ଆଭିମୁଖ୍ୟ ଓ ଉପକାର ଉପରେ ଉପସ୍ଥିତ ସାଥୀ ମାନଙ୍କୁ ଅବଗତ କରାଇଥିଲେ । ଅନ୍ୟମାନଙ୍କ ମଧ୍ୟରେ ପ୍ରମୋଦ କୁମାର ବେହେରା, ରାଧେନ୍ଦ୍ର କୁମାର ତିୱାରୀଙ୍କ ସମେତ ଅନ୍ୟମାନେ ଉପସ୍ଥିତ ଥିଲେ ।

Leave A Reply

Your email address will not be published.