mahavir

ପ୍ରଥମ ନାଇଟ ଫୁଟବଲ୍ ମ୍ୟାଚ ଅନୁଷ୍ଠିତ

ଲୋଇସିଂହା, (କେପିଏନ୍‌ଏସ୍‌) : ପ୍ରଥମ ନାଇଟ ଫୁଟବଲ୍ ମ୍ୟାଚ ଲୋଇସିଂହା ବ୍ଲକ ଗୁର୍ଜିଭଟା ଗ୍ରାମରେ ଅନୁଷ୍ଠିତ ହୋଇଯାଇଛି । ଏହି ମ୍ୟାଚର ଶୁଭ ଉଦଘାଟନ ଉତ୍ସବରେ ମୁଖ୍ୟ ଅତିଥିଭାବେ ବୁଢ଼ୀପଦର ଗ୍ରାମପଞ୍ଚାୟତର ସରପଞ୍ଚ ଯୁଧିଷ୍ଟିର ପଧାନ, ସମ୍ମାନିତ ଅତିଥି ଭାବେ ସମାଜ ସେବୀ ସୁନୀଲ ଦାସ ଓ ମହାବୀର କଲେଜର ଅଧ୍ୟକ୍ଷ ବିଜୟ କୁମାର ହୋତା ଉପସ୍ଥିତ ଥିଲେ । ପ୍ରଥମ ମ୍ୟାଚଟି ଲୋଇସିଂହା ଓ ବଲାଙ୍ଗିର ଶାସ୍ତ୍ରୀନଗର ମଧ୍ୟରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ଲୋଇସିଂହା ୪-୩ ଗୋଲରେ ବିଜୟ ଲାଭ କରି ସେମି ଫାଇନାଲକୁ ପ୍ରବେଶ କରିଥିବା ବେଳେ ଦ୍ୱିତୀୟ ମ୍ୟାଚରେ ତୁଷୁରା ଓ ଆଗଲପୁର ମଧ୍ୟରୁ ତୁଷୁରା ୨-୧ ଗୋଲରେ ବିଜୟ ଲାଭ କରି ସେମି ଫାଇନାଲକୁ ପ୍ରବେଶ କରିଥିଲା । ଲୋଇସିଂହା ଓ ତୁଷୁରା ମଧ୍ୟରେ ସେମି ଫାଇନାଲ ମ୍ୟାଚ ଅନୁଷ୍ଠିତ ହୋଇଥିଲା । ଯେଉଁଥିରେ ଲୋଇସିଂହା ଦଳ ୨-୦ ଗୋଲରେ ବିଜୟ ଲାଭ କରି ଫାଇନାଲ ମ୍ୟାଚକୁ ପ୍ରବେଶ କରିଥିଲା ।
ମ୍ୟାଚ କୁ ସନ୍ଦୀପ ତରିଆ , ରୋଶନ ସାହୁ ଓ ସୁବଳ ନାଏକ ପରିଚାଳନା କରିଥିଲେ।

Leave A Reply

Your email address will not be published.