
- ଦାୟିତ୍ୱର ସହ ତଥ୍ୟର ଉପଯୋଗ କରାଯିବା ଉଚିତ; ଖୋଲାପଣ ଓ ଜରୁରୀ ଗୋପନୀୟତା ମଧ୍ୟରେ ସନ୍ତୁଳନ ରହିବା ଆବଶ୍ୟକ : ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ
- ସଂଘୀୟ ଢାଞ୍ଚାଦ୍ୱାରା ସମର୍ଥିତ ମାନକ ଆଧାରିତ ଆନ୍ତଃପରିଚାଳନାଯୋଗ୍ୟ ପଦ୍ଧତି ତଥ୍ୟର ମୂଲ୍ୟ ଉଜାଗର କରିବା ପାଇଁ ଗୁରୁତ୍ୱପୂର୍ଣ୍ଣ : ଓଡ଼ିଶା ମୁଖ୍ୟ ଶାସନ ସଚିବ
- ପ୍ରଯୁକ୍ତି ବିଦ୍ୟା ଏବଂ ସାଂଗଠନିକ ଗ୍ରହଣୀୟତା ମାଧ୍ୟମରେ ପ୍ରଶାସନ ଓ ସେବାପ୍ରଦାନକୁ ସୁଦୃଢ଼ କରିବା ଅତ୍ୟନ୍ତଜରୁରୀ :ସିବିସିଅଧ୍ୟକ୍ଷ
ପ୍ରତିବନ୍ଧକ ଦୂର କରି ବିଭିନ୍ନ କ୍ଷେତ୍ରରେ ଖୋଲା, ମାନକୀକୃତ ଏବଂ ଆନ୍ତଃ ପରିଚାଳିତ ତଥ୍ୟକୁ ପ୍ରୋତ୍ସାହିତ କରାଯିବାଆବଶ୍ୟକ: ପରିସଂଖ୍ୟାନ ଓ କାର୍ଯ୍ୟକ୍ରମ ରୂପାୟନ ମନ୍ତ୍ରଣାଳୟ ସଚିବ
ଭୁବନେଶ୍ୱର, (ପିଆଇବି) : ପରିସଂଖ୍ୟାନ ଓ କାର୍ଯ୍ୟକ୍ରମ ରୂପାୟନ ମନ୍ତ୍ରଣାଳୟ ପକ୍ଷରୁ ଭୁବନେଶ୍ୱରରେ ରାଜ୍ୟ / କେନ୍ଦ୍ରଶାସିତ ପ୍ରଦେଶ ଏବଂ ଅନ୍ୟାନ୍ୟ ଅଂଶୀଦାର ମାନଙ୍କୁ ନେଇ “ପ୍ରଶାସନ ପାଇଁ ପ୍ରଶାସନିକ ତଥ୍ୟର ସାମଞ୍ଜସ୍ୟ” ଉପରେ ଜାତୀୟ ବିଚାରବିମର୍ଶ ସମ୍ମିଳନୀ ଆୟୋଜନ କରିଛି । ଏହି ଜାତୀୟ ସମ୍ମିଳନୀର ଲକ୍ଷ୍ୟ ପ୍ରଶାସନିକ ତଥ୍ୟର ସାମଞ୍ଜସ୍ୟ ନିମନ୍ତେ କାର୍ଯ୍ୟ ଯୋଜନା ଓ ସମୟ ସୀମା ଉପରେ ସହମତି ସୃଷ୍ଟି କରିବା । ଏଥିରେ ୩୧ରୁ ଅଧିକରାଜ୍ୟ / କେନ୍ଦ୍ରଶାସିତ ପ୍ରଦେଶ ସରକାର, କେନ୍ଦ୍ରୀୟ ମନ୍ତ୍ରଣାଳୟ / ବିଭାଗ, ଗବେଷକ ଏବଂ ଆନ୍ତର୍ଜାତୀୟ ସଂଗଠନ / ଶିକ୍ଷାନୁଷ୍ଠାନ / ଘରୋଇ ସଂଗଠନର ୩୦୦ରୁ ଅଧିକ ବୈଷୟିକ ବିଶେଷଜ୍ଞ ଓ ଅଂଶୀଦାରମାନେ ଯୋଗ ଦେଇଥିଲେ । ଏହିସମ୍ମିଳନୀସମାନମାନକଗ୍ରହଣକରିବାଏବଂଉତ୍ତମ ନୀତି ନିର୍ଦ୍ଧାରଣ ତଥା ପ୍ରଶାସନ ପାଇଁ ଆନ୍ତଃପରିଚାଳିତ ବ୍ୟବସ୍ଥାକୁ କାର୍ଯ୍ୟକ୍ଷମ କରିବାରେ ସହାୟକ ହେବ । କାର୍ଯ୍ୟକ୍ରମ ଆରମ୍ଭରେ ପରିସଂଖ୍ୟାନ ଓ କାର୍ଯ୍ୟକ୍ରମ ରୂପାୟନ ମନ୍ତ୍ରଣାଳୟର ତଥ୍ୟ ପ୍ରଶାସନ ମହାନିର୍ଦ୍ଦେଶ କପି.ଆର ମହେ ଶ୍ରମ ସ୍ୱାଗତ ଭାଷଣ ଦେଇଥିଲେ । ବୈଠକ ସମ୍ପର୍କରେ ସୂଚନା ଦେଇ ମନ୍ତ୍ରଣାଳୟର ସଚିବ ଡକ୍ଟର ସୌରଭ ଗର୍ଗ କହିଥିଲେ, ତଥ୍ୟ ସମ୍ପର୍କରେ ଏକ ସକାରାତ୍ମକ ଏବଂ ଖୋଲା ମନୋଭାବ ଗ୍ରହଣ କରିବା ଲାଗି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କର ଲକ୍ଷ୍ୟ ରହିଛି । ପ୍ରତିବନ୍ଧକ ଦୂର କରି ବିଭିନ୍ନ କ୍ଷେତ୍ରରେ ଖୋଲା, ମାନକୀକୃତ ଏବଂ ଆନ୍ତଃପରିଚାଳିତ ତଥ୍ୟକୁ ପ୍ରୋତ୍ସାହିତ କରାଯିବା ଆବଶ୍ୟକ । ଉଦଘାଟନୀ ଭାଷଣରେ, ଓଡ଼ିଶା ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ ଗୁରୁତ୍ୱାରୋପ କରିକହିଥିଲେ, ତଥ୍ୟ ହେଉଛି ସମୟର ଆବଶ୍ୟକତା । ପ୍ରଧାନମନ୍ତ୍ରୀଙ୍କ ଦୃଷ୍ଟିକୋଣ, ବିକଶିତ ଭାରତ ୨୦୪୭ ଏବଂ ଓଡ଼ିଶାର ୨୦୩୬ ଲକ୍ଷ୍ୟ ହାସଲ ପାଇଁ ଏହାର ଗୁରୁତ୍ୱ ଉପରେ ସେ ଆଲୋକପାତ କରିଥିଲେ । ବିଶେଷ କରି ତଥ୍ୟ-ଚାଳିତ ନୀତି ନିର୍ଦ୍ଧାରଣ ମାଧ୍ୟମରେ କୃଷି ଓ ଶକ୍ତି କ୍ଷେତ୍ରରେଏହାଅତ୍ୟନ୍ତଗୁରୁତ୍ୱପୂର୍ଣ୍ଣ । ସେ ଏହା ମଧ୍ୟ ଉଲ୍ଲେଖ କରିଥିଲେ ଯେ, ଦାୟିତ୍ୱର ସହ ତଥ୍ୟର ଉପଯୋଗ କରାଯିବା ଉଚିତ । ଖୋଲାପଣ ଓ ଜରୁରୀ ଗୋପନୀୟତା ମଧ୍ୟରେ ସନ୍ତୁଳନ ରହିବା ଆବଶ୍ୟକ । କ୍ଷମତା ବିକାଶ ଆୟୋଗର ଅଧ୍ୟକ୍ଷ ସୁଶ୍ରୀ ରାଧା ଚୌହାନ କହିଥିଲେ, କୃତ୍ରିମ ବୁଦ୍ଧିମତ୍ତାର ସମ୍ଭାବନାକୁ ସମ୍ପୂର୍ଣ୍ଣ ଭାବରେ ବ୍ୟବହାର କରି, ଦୁଇଟି ପ୍ରମୁଖ ସ୍ତମ୍ଭ ଯଥା ପ୍ରଯୁକ୍ତିବିଦ୍ୟା ଓ ଢାଞ୍ଚାଗତ ଗ୍ରହଣୀୟତା ଉପରେ ସନ୍ତୁଳିତ ଧ୍ୟାନ ଦେଇ ପ୍ରଶାସନ ଓ ସେବା ପ୍ରଦାନ ଉଭୟକୁ ସୁଦୃଢ଼ କରିବା ଅତ୍ୟନ୍ତ ଜରୁରୀ । ଏଥିପାଇଁ ବର୍ତ୍ତମାନର ପ୍ରକ୍ରିୟାଗୁଡ଼ିକର ପୁନଃବିଚାର ଏବଂ ପୁନଃନିର୍ମାଣ ଆବଶ୍ୟକ । ସମ୍ମିଳନୀର ଉଦଘାଟନୀ ଅଧିବେଶନରେ, “ଡାଟା ଡିଭିଡେଣ୍ଡ” ଉପରେ ଏକ ଭିଡିଓ ସମ୍ମିଳନୀର ବିଷୟବସ୍ତୁସମ୍ପର୍କରେ ସାରାଂଶ ପ୍ରଦର୍ଶନ କରିଥିଲା । ସମ୍ମିଳନୀ ଅବସରରେ ‘‘ଭାରତରେ ମହିଳା ଓ ପୁରୁଷ ୨୦୨୫ : ମନୋନୀତ ସୂଚକ ଓ ତଥ୍ୟ’’ ପ୍ରକାଶ କରିଥିଲା । ଏହା ଭାରତରେ ଲିଙ୍ଗଗତ ଦୃଶ୍ୟପଟର ଏକ ବ୍ୟାପକ ସାରାଂଶ ପ୍ରଦାନ କରିଥାଏ ।ବିଭିନ୍ନ ମନ୍ତ୍ରଣାଳୟ / ବିଭାଗ / ସଂଗଠନରୁ ପ୍ରାପ୍ତ ଜନସଂଖ୍ୟା, ଶିକ୍ଷା, ସ୍ୱାସ୍ଥ୍ୟ, ଆର୍ଥିକ ଅଂଶଗ୍ରହଣଏବଂ ନିଷ୍ପତ୍ତି ଗ୍ରହଣ ଭଳି ପ୍ରମୁଖ କ୍ଷେତ୍ରଗୁଡ଼ିକରେ ମନୋନୀତ ସୂଚକ ଓ ତଥ୍ୟ ଉପସ୍ଥାପନ କରିଥାଏ । ଗତକାଲି ପ୍ରଥମଦିନରେ ସମ୍ମିଳନୀର ବିଷୟବସ୍ତୁ ଉପରେ ବିଚାର ବିମର୍ଶ କରାଯାଇଥିଲା । ଆଲୋଚନାରେ ଏକ ବହୁ-ଉତ୍ସ ଇକୋସିଷ୍ଟମ ମାଧ୍ୟମରେ ପ୍ରଶାସନିକ ତଥ୍ୟକୁ ସୁସଙ୍ଗତ କରିବା ପାଇଁ ଏକ ରୋଡମ୍ୟାପ୍ ଉପରେ ମଧ୍ୟ ଗୁରୁତ୍ୱ ଦିଆଯାଇଥିଲା, ଯାହା ଡାଟା ପ୍ରତିବନ୍ଧକ, ଆନ୍ତଃପରିଚାଳନାଗତ ବ୍ୟବଧାନ ଏବଂ ଡାଟା ଗୁଣବତ୍ତା ଭଳି ସମସ୍ୟାଗୁଡ଼ିକର ସମାଧାନ କରିବ । କର୍ମଶାଳାର ଦ୍ୱିତୀୟ ଦିନରେ ତଥ୍ୟ ଢାଞ୍ଚା, ମେଟା ତଥ୍ୟମାନକ, ଡାଟାମଡେଲିଂ, ଜ୍ଞାନଗ୍ରାଫ, ତଥ୍ୟ ଗୁଣବତ୍ତା ଆଦିର ସୁଦୃଢ଼ି କରଣ ଉପରେ ଆଲୋଚନା ହୋଇଥିଲା । ସମ୍ମିଳନୀର ଉଦଘାଟନୀ ଅଧିବେଶନରେ ଓଡ଼ିଶା ସରକାରଙ୍କ ମୁଖ୍ୟ ଶାସନ ସଚିବ ଅ-ନୁ ଗର୍ଗ ପରି ସଂଖ୍ୟା ନବ୍ୟବସ୍ଥାକୁ ସୁଦୃଢ଼ କରିବା ଲାଗି ଓଡ଼ିଶା ସରକାରଙ୍କ ପ୍ରୟାସ ଉପରେ ଆଲୋକପା ତକରିଥିଲେ । ଏହି ଅବସରରେ ସେ ୬୦୦ରୁ ଅଧିକ ପରିସଂଖ୍ୟାନ କର୍ମଚାରୀଙ୍କ ନିଯୁକ୍ତି, ଡିଜିଟାଲ ବ୍ୟକ୍ତିଗତ ତଥ୍ୟ ସୁରକ୍ଷା ଆଇନ ଅନୁରୂପ ଡାଟାପଲିସି ୨.୦ର କାର୍ଯ୍ୟକାରିତା, ତଥ୍ୟ ପ୍ରଚାର ନୀତି ଏବଂ ଏକ ସକ୍ରିୟ ପରିସଂଖ୍ୟାନ ୱେବପୋର୍ଟାଲ ଆଦି ସମ୍ପର୍କରେ ସୂଚନା ଦେଇଥିଲେ । ସଂଘୀୟ ଢାଞ୍ଚା ଦ୍ୱାରା ସମର୍ଥିତ ମାନକ ଆଧାରିତ ଆନ୍ତଃପରିଚାଳନାଯୋଗ୍ୟ ପଦ୍ଧତି ତଥ୍ୟର ମୂଲ୍ୟ ଉଜାଗର କରିବା ପାଇଁ ଗୁରୁତ୍ୱପୂର୍ଣ୍ଣ ବୋଲି ସେ କହିଥିଲେ ।