ପାଏଗୋଙ୍ଗ ହ୍ରଦର ଉତ୍ତର ଏବଂ ପଶ୍ଚିମ ତଟରୁ ସୈନ୍ୟ ପ୍ରତ୍ୟାହାର ପାଇଁ ଚୁକ୍ତି ହୋଇଛି : ରାଜନାଥ ସିଂ

ନୂଆଦି‌ଲ୍ଲୀ : ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ରାଜ୍ୟସଭାରେ କହିଛନ୍ତି ଯେ, ଉଭୟ ପକ୍ଷ ପାଏଗୋଙ୍ଗ ହ୍ରଦ ଅଞ୍ଚଳରୁ ସୈନ୍ୟ ପ୍ରତ୍ୟାହାର କରିବାକୁ ସହମତ ହୋଇଛନ୍ତି । ଏହାପୂର୍ବରୁ ଚୀନ୍ ବୁଧବାର ଏହା ଘୋଷଣା କରିଛି । ପ୍ରତିରକ୍ଷା ମନ୍ତ୍ରୀ କହିଛନ୍ତି ଯେ, ମୁଁ ଗୃହକୁ କହି ଖୁସି ଯେ ଆମର ଦୃଢ଼ ଉଦ୍ଦେଶ୍ୟ ଏବଂ ସ୍ଥାୟୀ ବୁଝାମଣା ଯୋଗୁଁ ପାଏଗୋଙ୍ଗ ହ୍ରଦର ଉତ୍ତର ଏବଂ ପଶ୍ଚିମ ତଟରେ ଚୀନ୍ ସହ ସେନା ପଂଚାୟତ ହୋଇଛି ।

ରାଜନାଥ ସିଂ କହିଛନ୍ତି ଯେ, ପାଏଗୋଙ୍ଗ ହ୍ରଦ ଅଞ୍ଚଳରେ ସୈନ୍ୟ ପ୍ରତ୍ୟାହାର ନେଇ ଚୀନ୍ ସହ ହୋଇଥିବା ଚୁକ୍ତିନାମା ଅନୁଯାୟୀ ଉଭୟ ପକ୍ଷ ପର୍ୟ୍ୟାୟକ୍ରମେ, ସମନ୍ୱିତ ଏବଂ ପ୍ରାମାଣିକ ଢ଼ଙ୍ଗରେ ଅଧିକ ନିୟୋଜନକୁ ହଟାଇବେ ।

Leave A Reply

Your email address will not be published.